ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଙ୍ଗଠନର ଗର୍ଜନ

ବିଭିନ୍ନ ଦାବି ନେଇ ସୋନପୁରରେ ରାଜରାସ୍ତାକୁ ଓଲ୍ହାଇଲା ନବ ନିର୍ମାଣ କୃଷକ ସଙ୍ଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Feb 16, 2023, 4:47 PM IST

protest in subarnapur
protest in subarnapur
protest in subarnapur

ସୁବର୍ଣ୍ଣପୁର: କୃଷି ଓ କୃଷକର ବିକାଶ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ଦାବିନେଇ ଆଜି(ଗୁରୁବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହଶହ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଜିଲ୍ଲାର କୃଷି ଓ କୃଷକର ସମସ୍ୟା ଉପସ୍ଥାପନ କରିବା ସହିତ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ଦାଦନ ସମସ୍ୟା ଦୂରୀକରଣ ଓ ଜିଲ୍ଲାର ଚାଷୀ ପରିବାରର ବୃଦ୍ଧଙ୍କର ମାସିକ ଭତ୍ତା ବୃଦ୍ଧି ବି ଦାବି କରିଛନ୍ତି। ସେହିପରି ଜିଲ୍ଲାର ଧାନକ୍ରୟ କେନ୍ଦ୍ର ଗୁଡିକର ଭିତ୍ତିଭୂମୀର ବିକାଶ କରିବା ସହିତ ଜିଲ୍ଲାର ଅଧିକରୁ ଅଧିକ ଚାଷଜମିକୁ ଜଳସେଚନ କରିବା, ଚାଷୀଙ୍କ କୃଷି ଋଣ ଛାଡ କରିବା, ଧାନ ବିକ୍ରୀରେ କଟନି ଛଟନୀ ନ କରିବା, ଧାନ ବିକ୍ରୀ ପାଇଁ ଚାଷୀ ନେଉଥିବା ଅଖା ବସ୍ତାର ଟଙ୍କା ପ୍ରଦାନ କରିବା ତଥା ଚାଷୀ ସୁରକ୍ଷା ପାଇଁ ବାର୍ଷିକ ୫ହଜାର ଟଙ୍କା ପ୍ରଦାନ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ: Aadi Mahotsav: ‘ଦେଶର ଏକତାର ସାମର୍ଥ୍ୟକୁ ଏକ ନୂଆ ଶିଖର ଦେଉଛି ଆଦି ମହୋତ୍ସବ’

ଏନେଇ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ କହିଛନ୍ତି, "ଟାଟା ପାୱାର ବିଦ୍ୟୁତ ବିଲରେ ହେରଫେର କରାଯାଉଛ୍ । ଏହାସହ ଚାଷୀମାନଙ୍କୁ ଉଠା ଜଳସେଚନ ତଥା ଅନ୍ୟାନ୍ୟ କୃଷି ଭିତ୍ତିକ କୁଟୀର ଶିଳ୍ପକୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯାଉ । କୃଷି ପରିବାର ଗୁଡିକୁ ମାସିକ 250 ୟୁନିଟ ବିଦ୍ୟୁତ ମାଗଣା ଦେବା ସହିତ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ କରାଯାଉ । ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଚାଷୀମାନଙ୍କ ଦାବି ଉପସ୍ଥାପନ କରାଯାଉଥିବା ବେଳେ କେହି ହେଲେ ବି ସମ୍ବେଦନଶୀଳତାର ସହିତ ବିଚାର କରୁ ନାହାନ୍ତି । ସରକାର ଚାଷୀଙ୍କ ସ୍ବର୍ଥକୁ ଦୃଷ୍ଟିରେ ରଖି କୌଣସି ଯୋଜନା କାର୍ଯ୍ୟକାରୀ କରାଯାଉ ନାହିଁ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଉପରେ ଚାପ ପ୍ରୟୋଗ କରିବା ପାଇଁ ଚାଷୀମାନେ ଗଣତାନ୍ତ୍ରୀକ ଉପାୟରେ ଆନ୍ଦୋଳନ କରିବା ବ୍ୟତୀତ ଅନ୍ୟରାସ୍ତା ନାହିଁ । ତେଣୁ ସୋନପୁରର ସମସ୍ତ ଚାଷୀ ଏକାଠି ହୋଇ ସହରରେ ରାଲି କରିବା ପରେ ଜିଲ୍ଲାପାଳଙ୍କୁ ନେଇ ଏକ ଦାବିପତ୍ର ଦେଇଛୁ ।" କୃଷି ଏବଂ କୃଷକର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.