ETV Bharat / state

ମହମ୍ମଦ ଜୟନ୍ତୀ, ସୁବର୍ଣ୍ଣପୁରରେ ମୁସଲିମ ସଂପ୍ରଦାୟ ପକ୍ଷରୁ ଶୋଭାଯାତ୍ରା

author img

By

Published : Oct 9, 2022, 4:28 PM IST

ମୁସଲମାନ ସଂପ୍ରଦାୟ ପକ୍ଷରୁ ମହମ୍ମଦ ଜୟନ୍ତୀ ପାଳିତ । ସୁବର୍ଣ୍ଣପୁର ମଝିପଡା ମସଜିଦରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । ଅଧିକ ପଢ଼ନ୍ତୁ

ପ୍ରଫେଟ ମହମ୍ମଦ ଜୟନ୍ତୀ, ସୁବର୍ଣ୍ଣପୁରରେ ମୁସଲମାନ ସଂପ୍ରଦାୟର ଶୋଭାଯାତ୍ରା

ସୁବର୍ଣ୍ଣପୁର: ଆଜି ହେଉଛି ପବିତ୍ର ଇଦ-ଏ-ମିଲାଦ-ଉନ-ନବୀ ତଥା ମହମ୍ମଦଙ୍କ ଜୟନ୍ତୀ । ସହରର ମୁସଲମାନ ସଂପ୍ରଦାୟ ପକ୍ଷରୁ ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସୁବର୍ଣ୍ଣପୁର ମଝିପଡା ମସଜିଦ ପ୍ରାଙ୍ଗଣରୁ ମହମ୍ମଦଙ୍କ ବାଣୀ ପ୍ରଚାର ସହିତ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ମୁସଲମାନ ସଂପ୍ରଦାୟ ପକ୍ଷରୁ ସୁବର୍ଣ୍ଣପୁର ମଝିପଡା ମସଜିଦ ପ୍ରାଙ୍ଗଣରୁ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ମୁସଲମାନ ସଂପ୍ରଦାୟର ଶ୍ରଦ୍ଧାଳୁମାନେ ଏହି ଶୋଭାଯାତ୍ରାରେ ନିଜକୁ ସାମିଲ କରି ମହମ୍ମଦଙ୍କ ସ୍ମୃତି ଚାରଣ କରିବା ସହିତ ବିଶ୍ବର ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି । ମସଜିଦରେ ନିର୍ଦ୍ଧାରିତ ସମୟରେ ସମବେତ ମୁସଲମାନ ଶ୍ରଦ୍ଧାଳୁ ପ୍ରାର୍ଥନା କରିବା ପରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।

ମୁସଲମାନ ଧର୍ମଗୁରୁ ତାଙ୍କ ଅଭିଭାଷଣରେ ପ୍ରଫେଟ ମହମ୍ମଦଙ୍କ ବାଣୀ ଆଲୋଚନା କରିବା ସହିତ ସମାଜ ମଙ୍ଗଳ ପାଇଁ ସାମୁହିକ ପ୍ରାର୍ଥନା କରିବା ପାଇଁ ନିବେଦନ କରିଥିଲେ । ଏହି ଆଧ୍ୟାତ୍ମିକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପୁଣି ମସଜିଦ ପ୍ରାଙ୍ଗଣରେ ପହଞ୍ଚିଥିଲା । ମସଜିଦରେ ଶ୍ରଦ୍ଧାଳୁମାନେ ପୁଣି ମହମ୍ମଦଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିବା ପରେ ତାଜିଆ ପ୍ରଦାନ କରାଯାଇଛି । ପରେ ଶ୍ରଦ୍ଧାଳୁମାନେ ପରସ୍ପରକୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.