ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ଧାରଣା ଦେଲେ ୩୦ ପରିବାର । ଅଧିକ ପଢନ୍ତୁ

author img

By

Published : Jul 11, 2022, 6:17 PM IST

Updated : Jul 11, 2022, 10:43 PM IST

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ବ୍ଳକ ଅନ୍ତର୍ଗତ ସଂସାମୁରା ଗାଁର 30 ଗୋଟି ପରିବାର ଲୋକେ ଆଜି (ସୋମବାର) ଜିଲ୍ଲାପାଳଙ୍କ ବାସଭବନ ଓ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ୧୦୦ ବର୍ଷରୁ ସେମାନେ ରହିଆସୁଥିବା ସରକାରୀ ଜମିକୁ ଅନ୍ୟ ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଇ ସେମାନଙ୍କୁ ଜାଗା ଛାଡିବାକୁ ଧମକ ଚମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗାଁର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହି ପରିବାର ଦୀର୍ଘ ୧୦୦ରୁ ଅଧିକ ବର୍ଷ ହେଲା ସରକାରୀ ଜମିରେ ଘର କରି ରହୁଥିବା ଦାବି କରିଛନ୍ତି । ତେବେ ବିନିକା ତହସିଲଦାର ଘର କରାଯାଇଥିବା ଜମିକୁ ଅନ୍ୟ ଲୋକଙ୍କୁ ପଟ୍ଟା ପ୍ରଦାନ କରିଥିବା ନେଇ ଅଭିଯୋଗ କରିଛନ୍ତି । କେତେକ ଲୋକ ସରକାରୀ ବାବୁ ମାନଙ୍କୁ ହାତେଇ ପଟ୍ଟା କରି ନେଇଥିବା ବେଳେ ଜାଗା ଛାଡି ଦେବା ପାଇଁ ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ତେବେ ଏହି ପରିବାରଗୁଡିକୁ ଘର କରି ରହୁଥିବା ସ୍ଥାନରେ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏହି ଗରିବ ପରିବାରଙ୍କ ସମସ୍ୟାକୁ ବିଚାର କରି ନ୍ୟାୟ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Jul 11, 2022, 10:43 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.