ETV Bharat / state

ସୁବର୍ଣ୍ଣପୁରରେ ଦଶମାସରେ 100ରୁ ଅଧିକ ଦୁର୍ଘଟଣା, 62 ମୃତ

author img

By

Published : Feb 18, 2021, 7:43 AM IST

ସୁବର୍ଣ୍ଣପୁର ଜିଲ୍ଲାରେ ଶେଷ ହୋଇଛି ସଡକ ସୁରକ୍ଷା ମାସ । ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଗଣମାଧ୍ୟମ ସହଯୋଗରେ ଲୋକମାନଙ୍କୁ ବ୍ୟାପକ ସଚେତନତା କରାଯାଇଛି । ଅଧିକ ପଢନ୍ତୁ...

ସଡକ ସୁରକ୍ଷା ମାସ ଶେଷ
ସଡକ ସୁରକ୍ଷା ମାସ ଶେଷ

ସୁବର୍ଣ୍ଣପୁର: ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ବୁଧବାର ସଡକ ସୁରକ୍ଷା ମାସ ଶେଷ ହୋଇଛି । ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ 10ମାସ ଭିତରେ 100ରୁ ଅଧିକ ଦୁର୍ଘଟଣା ଘଟିବା ସହିତ 62ଜଣଙ୍କ ମୃତ୍ୟୁ ହୋଇଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଶେଷ ହୋଇଛି ସଡକ ସୁରକ୍ଷା ମାସ

ସଡକ ଦୁର୍ଘଟଣାରେ ଅନେକ ଜୀବନ ଅକାଳରେ ଚାଲିଯାଉଛି । ଲୋକମାନଙ୍କୁ ସଚେତନ କରିବା ନେଇ ପରିବହନ ବିଭାଗ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ଗାଡି ମୋଟର କଡାକଡି ଯାଞ୍ଚ ସାଙ୍ଗକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଗଣମାଧ୍ୟମ ସହଯୋଗରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଜାନୁଆରୀ 17ରୁ ପ୍ରତି ଜିଲ୍ଲାରେ ଆରମ୍ଭ ହୋଇଥିଲା ସଡକ ସୁରକ୍ଷା ମାସ।

ବୁଧବାର ସଡକ ସୁରକ୍ଷା ମାସ ଶେଷ ହେବା ଅବସରରେ ଗଣମାଧ୍ୟମ ପ୍ରତିନିଧି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତାମାନଙ୍କୁ ନେଇ ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧନ ଜୀବନର ସୁରକ୍ଷା ପାଇଁ ପରିବହନ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ଦୁର୍ଘଟଣା ରୋକିବା ଦିଗରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ଭିତରେ ପରିବହନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ସଡକ ସୁରକ୍ଷା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଗତ ଦଶମାସ ଭିତରେ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ 100ରୁ ଅଧିକ ଦୁର୍ଘଟଣା ହୋଇଛି । ଏଥିରେ 62ଜଣ ପ୍ରାଣ ହରାଇଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.