ସୁବର୍ଣ୍ଣପୁର: ଜିଲ୍ଲାର ରାମପୁର ସେବା ସମବାୟ ସମିତିରେ ଖରିଫ ଋତୁରେ ନିଜ ଉତ୍ପାଦିତ ଧାନ ବିକ୍ରି କରିଛନ୍ତି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଧାନ ବିକ୍ରି ପାଇଁ 10 ଦିନ ପୂର୍ବରୁ ମନ୍ତ୍ରୀ ଟୋକନ୍ ପାଇଁ ଆବେଦନ କରିଥିଲେ ।
![Minister Niranjana puja sell paddy](https://etvbharatimages.akamaized.net/etvbharat/prod-images/od-son-02-minister-paddy-sell-od10013_14122019161121_1412f_1576320081_1092.jpg)
![Minister Niranjana puja sell paddy](https://etvbharatimages.akamaized.net/etvbharat/prod-images/od-son-02-minister-paddy-sell-od10013_14122019161121_1412f_1576320081_524.jpg)
ପ୍ରଥମ ପର୍ଯ୍ୟାୟରେ ନିରଞ୍ଜନ ପୂଜାରୀ 100 କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଅନୁମତି ପାଇଥିବାବେଳେ ଶନିବାର 100 କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଛନ୍ତି । ନିଜ ଉତ୍ପାଦିତ ଧାନରୁ ମୋଟ 200 କ୍ବିଣ୍ଟାଲ ଧାନ ବିକ୍ରି କରିସାରିଛନ୍ତି ମନ୍ତ୍ରୀ ନିରଞ୍ଜନ । ତେବେ ଆଗାମୀ ରବି ଋତୁ ଚାଷ ପାଇଁ ସେ ସମବାୟ ସମିତିରୁ ରାସାୟନିକ ସାର ଓ କୀଟନାଶକ ଔଷଧ ପାଇଁ ଋଣ କରିଥିବା ଜଣାପଡିଛି । ସମିତିକୁ ଧାନ ବିକ୍ରି କରିବାକୁ ଯାଇ ଚାଷୀ ମାନଙ୍କ ସହିତ ବିକ୍ରି ସମ୍ବନ୍ଧରେ ଆଲୋଚନା କରିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ