ସୁବର୍ଣ୍ଣପୁର: ସମ୍ମାନର ସହିତ ବଞ୍ଚିବା ପାଇଁ ଶ୍ରମଜୀବୀଙ୍କ ପାଖରେ ଏମଏନଆରଜିଏସର(ମହାତ୍ମଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) ବେଶ ମୂଲ୍ୟ ରହିଛି । ଗାଁକୁ କାମ ଓ ଶ୍ରମଜୀବୀଙ୍କୁ ସମ୍ମାନ ନୀତିରେ କାର୍ଯ୍ୟ କଲେ ବିକାଶ ମୂଳକ କାର୍ଯ୍ୟ ଆଖି ଦୃଶିଆ ହୋଇପାରିବ । ଶ୍ରମଜୀବୀଙ୍କ ସହିତ ସମାଜର ଉନ୍ନତି ମୂଳକ କାର୍ଯ୍ୟରେ ଏମଏନଆରଜିଏସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସୁବର୍ଣ୍ଣପୁରର ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ଏକ ପ୍ରଶିକ୍ଷଣ ଶିବିରରେ ପଞ୍ଚାୟତିରାଜ ବିଭାଗର କର୍ମଚାରୀଙ୍କୁ ଏ ବାବଦରେ ଅବଗତ କରିଛନ୍ତି।
ସହରର ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ସରକାରୀ କର୍ମଚାରୀଙ୍କୁ ଏହି ଯୋଜନା ସଫଳ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ତିନି ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ଗାଁଗୁଡିକର ବିକାଶ ପାଇଁ ଭବିଷ୍ୟତକୁ ଆଖି ଆଗରେ ଏହି ଯୋଜନା କାମ କରୁଅଛି । ତେଣୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ।
ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ 6ଟି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ଓ ଯୋଜନାରେ ସାମିଲ ଥିବା କର୍ମଚାରୀ ଉପସ୍ଥିତ ଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ