ସୁବର୍ଣ୍ଣପୁର: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରତିଦିନ ସକାଳୁ କାଢା ବଣ୍ଟନ କରାଯାଉଛି । ସହରର ବସଷ୍ଟାଣ୍ଡରେ ସ୍ବୟଂ ସେବକମାନେ ଏକ ଦୋକାନ ଆଗରେ ବିଭିନ୍ନ ପ୍ରକାରର ମସଲା ଜାତୀୟ ଦ୍ରବ୍ୟଦେଇ କାଢା ତିଆରି କରି ବଣ୍ଟନ କରୁଛନ୍ତି । କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାଢା ପ୍ରଦାନ କରାଯାଉଛି ।
ବିଭିନ୍ନ କାର୍ଯ୍ୟରେ ଘରୁ ବାହାରୁଥିବା ଲୋକେ ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପାଇଁ କିଛି ସେବନ କରିପାରୁ ନ ଥିବା ଭାବି ସ୍ବୟଂ ସେବକମାନେ ଏହି ସାମାଜିକ କାର୍ଯ୍ୟ କରୁଛନ୍ତି । ପ୍ରତିଦିନ ଶହ ଶହ ଲୋକେ ସ୍ବୟଂ ସେବକମାନଙ୍କ ଏହି ଶିବିରକୁ ଆସି କାଢା ସେବନ କରୁଛନ୍ତି । ତେବେ ସ୍ବୟଂ ସେବକମାନେ ସହରର ସ୍ବଚ୍ଛତା ଦିଗରେ ବି କାର୍ଯ୍ୟ କରୁଛନ୍ତି । ପ୍ରତିଦିନ ବନ୍ଦ ହୋଇପଡିଥିବା ମନ୍ଦିର ପରିସର ଓ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ବି ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି । ତେବେ ଲକଡାଉନ ସଂପୂର୍ଣ୍ଣ ହଟିବା ଯାଏଁ ଏହି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ସ୍ବୟଂ ସେବକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ