ETV Bharat / state

ଓଡ଼ିଶାର ଅଭିବୃଦ୍ଧି ଯାତ୍ରାକୁ ସମୃଦ୍ଧ କରିବାକୁ ସିଙ୍ଗାପୁର ଗସ୍ତ ବଡ଼ ସୁଯୋଗ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM SINGAPORE VISIT

ସିଙ୍ଗାପୁର ଗସ୍ତର ଅନ୍ତିମ ଦିନ । ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରବାସୀଙ୍କୁ ଦେଲେ ପ୍ରତିଶ୍ରୁତି ।

CM SINGAPORE VISIT
CM SINGAPORE VISIT (ETV Bharat Odisha)
author img

By ETV Bharat Odisha Team

Published : Nov 20, 2024, 10:35 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଜି ସିଙ୍ଗାପୁର ଗସ୍ତର ଅନ୍ତିମ ଦିନ । ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ନିବେଶକରଙ୍କ ସହ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପାରମ୍ପରିକ ଓଡିଶୀ ସହ ଛଉ ନୃତ୍ୟ ପ୍ରଦର୍ଶନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଓଡିଶା ପ୍ରତି ନିଜର ଦାୟିତ୍ୱ ନିର୍ବାହ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବାସୀ ଓଡ଼ିଆ ପ୍ରତିଶ୍ରୁତି ଦେଇଛନ୍ତି ।

ସିଙ୍ଗାପୁର ଗସ୍ତର ଅନ୍ତିମ ଦିନ:

CM SINGAPORE VISIT
CM SINGAPORE VISIT (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଓଡିଶାର ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳର ଆଜି ସିଙ୍ଗାପୁରରେ ଅନ୍ତିମ ଦିବସ କାର୍ଯ୍ୟକ୍ରମ । ପ୍ରତିନିଧି ଦଳ ଆଜି ସିଙ୍ଗାପୁରର ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରିଛନ୍ତି । ବିଭିନ୍ନ ନିବେଶକଙ୍କ ସହ ଆୟୋଜିତ B2G ଏବଂ G2G ବୈଠକରେ ସାମିଲ ହୋଇଛନ୍ତି । ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ରୋଡସୋ, ପ୍ରମୁଖ ଶିଳ୍ପ ଏବଂ ଭିତ୍ତିଭୂମି ହବ ପରିଦର୍ଶନ ଏବଂ ସିଙ୍ଗାପୁରର ଓଡିଆ ପ୍ରବାସୀଙ୍କ ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ଭବିଷ୍ୟତରେ ସହଯୋଗ ପାଇଁ ଆଲୋଚନା ହୋଇଛି । ଇକୋସଫ୍ଟର ସିଇଓ ତଥା ସହ-ପ୍ରତିଷ୍ଠାତା ମାର୍କସ ଲିମଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଆଜି ପ୍ରଥମ ବୈଠକରେ ଅନୁଷ୍ଠିତ ହୋଇଛି । ଅଭିନବ ଉପାୟରେ ସ୍ଥାୟୀ ଜଳ ସମସ୍ୟା ସମାଧାନ ବାବଦରେ ଆଲୋଚନା ହୋଇଛି । ସେହିପରି ଓଡିଶାର ଶିଳ୍ପ ଏବଂ ସହରାଞ୍ଚଳ ଇକୋସିଷ୍ଟମରେ ସାମ୍ଭାବ୍ୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି ।

ଏସବୁ ପ୍ରସଙ୍ଗରେ ଆଲୋଚନା:

CM SINGAPORE VISIT
CM SINGAPORE VISIT (ETV Bharat Odisha)

AP Moller Maersk ଗ୍ରୁପର ରେନେ ପିଲ ପେଡେରେନଙ୍କ ସହ ଆଲୋଚନା କରିଛନ୍ତି ଓଡିଶାର ପ୍ରତିନିଧି ଦଳ । ଜାହାଜ ପୁନଃ ବ୍ୟବହାର, କଣ୍ଟେନର ଉତ୍ପାଦନ ଏବଂ ବନ୍ଦର ଭିତ୍ତିକ ଶିଳ୍ପ ଭିତ୍ତିଭୂମି ବିକାଶ ବାବଦରେ ଆଲୋଚନା ହୋଇଛି । ଓଡିଶାର ପ୍ରତିନିଧୀ ଦଳ ସୁଣ୍ଟେକ ସିଟି କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ର ପରିଦର୍ଶନ କରିଛନ୍ତି । ସିଙ୍ଗାପୁରରେ ବୈଠକ, ସମ୍ମିଳନୀ, ଏବଂ ପ୍ରଦର୍ଶନୀ ଶିଳ୍ପକୁ ବିଶ୍ୱବ୍ୟାପୀ ପ୍ରସିଦ୍ଧ କରିବାର ଉପଯୁକ୍ତ ସ୍ଥାନ । ଏ କ୍ଷେତ୍ରରେ ଦେଶରେ ଗନ୍ତବ୍ୟସ୍ଥଳ ଭାବରେ ନିଜକୁ ସ୍ଥାନିତ କରିବାକୁ ଓଡିଶା ଉଦ୍ୟମ ପାଇଁ ମୂଲ୍ୟବାନ ଜ୍ଞାନ ଆହରଣ କରିଛି । ଓଡ଼ିଶାର ପ୍ରତିନିଧୀ ଦଳ ସିଙ୍ଗାପୁରର ସେମିକଣ୍ଡକ୍ଟର ଇକୋସିଷ୍ଟମର ପ୍ରମୁଖ ସ୍ଥାନ ହାସଲ କରିଥିବା PEP ଇନୋଭେସନ ପ୍ରାଇଭେଟ ଲିମିଟେଡକୁ ପରିଦର୍ଶନ କରିଛନ୍ତି । ଓଡିଶାର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଭିତ୍ତିଭୂମିର ବିକଶିତ କରିବା ପାଇଁ PEPର ଅଭିଜ୍ଞତାକୁ ଉପଯୋଗ କରିବା ଉପରେ ଆଲୋଚନା ହୋଇଛି ।

କାର୍ଯ୍ୟକ୍ରମରେ ପ୍ରବାସୀ ସାମିଲ:

CM SINGAPORE VISIT
CM SINGAPORE VISIT (ETV Bharat Odisha)

ଗସ୍ତର ଅନ୍ତିମ ଦିନ ଅପରାହ୍ନରେ ଓଡିଶା ପ୍ରତିନିଧି ଦଳ ଫାନ ବଚ, ଜେରା, ଆଇଏଚଆଇ କର୍ପୋରେସନ, ମାସନ ହାଇଟେକ ସାମଗ୍ରୀ ନିଗମ ଏବଂ ଏସିଇ ଗ୍ୟାସ ସହିତ ବୈଠକ କରିଛନ୍ତି । ଉପକରଣ ଉତ୍ପାଦନ, ଶୀତଳ ଭଣ୍ଡାର ଏବଂ ଶୀତଳ ଶୃଙ୍ଖଳା, ଗ୍ରୀନ ହାଇଡ୍ରୋଜେନ ଏବଂ ଗ୍ରୀନ ଆମୋନିୟା, ଖଣିଜ ପଦାର୍ଥ ଏବଂ ଶିଳ୍ପ ଗ୍ୟାସ କ୍ଷେତ୍ରଗୁଡିକରେ ବିନିଯୋଗ ଉପରେ ଆଲୋଚନା ହୋଇଛି । ସେହିପରି ଏହି ପ୍ରତିନିଧୀ ଦଳ ସିଙ୍ଗାପୁରର ଓଡିଆ ପ୍ରବାସୀଙ୍କ ସହିତ ଆଲୋଚନା କରିବା ସହିତ ଗସ୍ତ କାର୍ଯ୍ୟକ୍ରମ ଶେଷ କରିଛନ୍ତି । ଏହି କାର୍ଯ୍ୟକ୍ରମରେ 400ରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇଛନ୍ତି ।

ଉତ୍କର୍ଷ ଓଡିଶା: ମେକ ଇନ ଓଡ଼ିଶା 2025ରେ ସାମିଲ ହେବାକୁ ଆହ୍ବାନ:

ବିଶ୍ୱ ସହ ଓଡିଶାକୁ ଯୋଡିବା ଲାଗି ରାଜ୍ୟର ଦୃଷ୍ଟିକୋଣ ବାବଦରେ ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି । ଆସନ୍ତା ଜାନୁଆରୀ 8ରୁ 10 ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେହିପରି ଉତ୍କର୍ଷ ଓଡିଶା : ମେକ ଇନ ଓଡ଼ିଶା 2025ରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମର ସିଙ୍ଗାପୁର ଗସ୍ତ ଅତ୍ୟନ୍ତ ଫଳପ୍ରଦ ହୋଇଛି । ଯାହା ଆମକୁ ନୂତନ ପଥ ଅନୁସନ୍ଧାନ କରିବାକୁ ତଥା ଓଡିଶାର ଅଭିବୃଦ୍ଧି ଯାତ୍ରା ପାଇଁ ମୂଲ୍ୟବାନ ଜ୍ଞାନ ଆହରଣ କରିବାକୁ ସୁଯୋଗ ଦେଇଛି । ଓଡ଼ିଶାର ବିଶ୍ୱସ୍ତରୀୟ ପ୍ରଚାର ଓ ପ୍ରସାରକୁ ମଜବୁତ କରିବା ପାଇଁ ପ୍ରବାସୀ ଓଡିଆଙ୍କ ସମର୍ଥନ ଏବଂ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଆର୍ଥିକ ସେବା, ବନ୍ଦର ଭିତ୍ତିକ ଶିଳ୍ପ ଭିତ୍ତିଭୂମି ପରି ବିଭିନ୍ନ କ୍ଷେତ୍ରର ଶିଳ୍ପପତିମାନଙ୍କ ସହିତ ଅର୍ଥପୂର୍ଣ୍ଣ ଆଲୋଚନା ସମ୍ଭାବ୍ୟ ସହଯୋଗ ପାଇଁ ଦ୍ୱାର ଖୋଲିଛି । ପୁଞ୍ଜିବିନିଯୋଗ ଲାଗି ଲକ୍ଷ୍ୟସ୍ଥଳ ଭାବରେ ଓଡ଼ିଶାର ସାମର୍ଥ୍ୟକୁ ଦର୍ଶାଇବାରେ ସିଙ୍ଗାପୁର ଗସ୍ତ ଗୁରୁତ୍ୱପୂର୍ଣ୍ଣ ।"

ଏହା ମଧ୍ୟ ପଢନ୍ତୁ:

ସିଙ୍ଗାପୁରର ନିବେଶକଙ୍କୁ ଓଡିଶା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ

ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ, ତେଜିଲା ରାଜନୈତିକ ବୟାନବାଜି

ଦକ୍ଷତା ବିକାଶ ପଦକ୍ଷେପକୁ ବିସ୍ତାର କରିବାକୁ ସରକାର ପ୍ରତିବଦ୍ଧ:

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, "ବନ୍ଦର ଭିତ୍ତିକ ଶିଳ୍ପ ଉଦ୍ୟୋଗିକ ଭିତ୍ତିଭୂମିରେ ଉନ୍ନତି ଏବଂ ବିକାଶ ପାଇଁ ଦକ୍ଷତା ବିକାଶ ପଦକ୍ଷେପକୁ ବିସ୍ତାର କରିବା ପାଇଁ ଆମେ ପ୍ରତିବଦ୍ଧ । ଦକ୍ଷ କାରିଗର ସହ ନିରନ୍ତର ଅଭିବୃଦ୍ଧି ଉପରେ ନଜର ରହିଛି । ଅର୍ଥନୈତିକ ପ୍ରଗତି ପାଇଁ ବିଶ୍ୱସ୍ତରୀୟ ଜ୍ଞାନ କୌଶଳକୁ ଆମେ ବ୍ୟବହାର କରୁଛି । ଓଡିଶା ପ୍ରତିନିଧୀଙ୍କ ସିଙ୍ଗାପୁର ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ଉତ୍ସର୍ଗୀକୃତ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ନେତୃତ୍ୱ ବିଶ୍ୱସ୍ତରରେ ଓଡିଶାର ସ୍ଥିତିକୁ ସୁଦୃଢ କରିବା ତଥା ରାଜ୍ୟ ପାଇଁ ସମ୍ଭାବ୍ୟ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଗସ୍ତ ସଫଳ ହେବା ସହ ଓଡିଶାକୁ ଏକ ଉଦୀୟମାନ ବିନିଯୋଗ ଲକ୍ଷ୍ୟସ୍ଥଳ ଭାବରେ ସ୍ଥାନିତ କରିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ ଏମଡି ଭୁପିନ୍ଦର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.