ETV Bharat / state

ବାରଣ କଲେ ବୋଲି ମୁହଁରେ ବୋଳିଲେ ବିଷ୍ଠା... - TRIBAL GIRL TORTURE

କ୍ଷେତରେ ଟ୍ରାକ୍ଟର ଚଳାଇବାକୁ ବାରଣ କରିବାକୁ ଯୁବତୀଙ୍କୁ ନିର୍ଯାତନା । ବିଷ୍ଠା ବୋଳିବା ସହ ଯୁବତୀଙ୍କୁ ମାଡ ଅଭିଯୋଗ । ଥାନାରେ ମାମଲା ।

TRIBAL GIRL TORTURE
TRIBAL GIRL TORTURE (ETV Bharat Odisha)
author img

By ETV Bharat Odisha Team

Published : Nov 20, 2024, 9:59 PM IST

ବଲାଙ୍ଗୀର: ନିଜେ କ୍ଷେତରେ ଟ୍ରାକ୍ଟର ଚଳାଇବାକୁ ମନା କରିବାରୁ ଆଦିବାସୀ ଯୁବତୀଙ୍କୁ ଅକଥନୀୟ ନିର୍ଯାତନା । ଯୁବତୀଙ୍କୁ ସଂପୃକ୍ତ ଟ୍ରାକ୍ଟର ଡ୍ରାଇଭର ମାଡ ମାରିବା ସହ ବିଷ୍ଠା ମୁହଁରେ ଲଗାଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଏନେଇ ଯୁବତୀ ଜଣଙ୍କ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।

ଆକ୍ରମଣ ସହ ମୁହଁରେ ବିଷ୍ଠା ବୋଳିଲେ:

TRIBAL GIRL TORTURE (ETV Bharat Odisha)

ପୀଡିତାଙ୍କ ଅଭିଯୋଗ ଅନୁସାରେ, ନିଜ ବିଲରେ ଚଣା ବୁଣିଥିଲେ । ତେବେ ଗାଁର ଜଣେ ଯୁବକ ଟ୍ରାକ୍ଟର ନେଇ ତା ଉପରେ ମଡାଇ ଦେଇଥିଲେ । ଯାହାକୁ ନେଇ ସେ ତାଙ୍କୁ ବାରଣ କରିଥିଲେ । ଏହାକୁ ନେଇ କଥା କଟାକଟି ହୋଇଥିଲା । ତେବେ ଏହାକୁ ନେଇ ସଂପୃକ୍ତ ଯୁବକ ଜଣକ ଦିନକ ପରେ ଯୁବତୀଙ୍କୁ ଆକ୍ରମଣ କରିଥିଲା । ଯୁବତୀ ଜଣକ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଯୁବକ ଜଣକ ତାଙ୍କୁ ଓ ତାଙ୍କ ବଡମାଙ୍କୁ ଆକ୍ରମଣ କରିବା ସହ ଯୁବତୀଙ୍କ ମୁହଁରେ ଵିଷ୍ଠା ବୋଳି ଦେଇଥିଲା । ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲା ବୋଲି ଅଭିଯୋଗ ଆସିଛି ।

ଥାନାରେ ଅଭିଯୋଗ କଲେ ଯୁବତୀ:

ତେବେ ଏହି ମାମଲାକୁ ନେଇ ସଂପୃକ୍ତ ଯୁବତୀ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ସଂପୃକ୍ତ ଫେରାର ଯୁବକକୁ ଧରିବା ପାଇଁ ତନାଘନା ଜାରି ରଖିଛି । ସେପଟେ ପୀଡ଼ିତା ଯୁବତୀ କହିଛନ୍ତି "ଆମ କ୍ଷେତରେ ଚଣା ବୁଣି ଥିଲୁ । ଗାଁର ଯୁବକ ଅଭୟ ବାଗ ଆମ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଇଥିଲା । ଯାହା ଫଳରେ ଆମ ଚଣା ଚାଷ ନଷ୍ଟ ହେବାରୁ ମୁଁ ତାକୁ ଏହା କରିବାକୁ ମନା କରିଥିଲି । ଏବଂ ଏହାକୁ ଗରଜ ରଖି ମୁଁ ଗାଧୋଇ ଫେରୁ ଥିବା ବେଳେ ମତେ ଆକ୍ରମଣ କରିଥିଲା । ଯେଉଁଥିରେ ମତେ ତଳେ ପକାଇ ସେ ମୋ ମୁହଁରେ ବିଷ୍ଠା ବୋଳିବା ସହ ଖୁଆଇ ଦେଇଥିଲା । ଏବେ ଏହାର ଅଭିଯୋଗ ମୁଁ ଥାନାରେ କରିଛି ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି ମୁଁ କରୁଛି" ।

ଏହା ମଧ୍ୟ ପଢନ୍ତୁ:

ଦଳିତ ବ୍ୟକ୍ତିଙ୍କ ମୁହଁରେ ବିଷ୍ଠା ବୋଳିଲା ଅଭିଯୁକ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟଚକିତ

ଅନ୍ଧବିଶ୍ବାସର ଅନ୍ଧଗଳି: ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କ ମୁହଁରେ ବିଷ୍ଠା ବୋଳିଲେ, ନିସ୍ତୁକ ପିଟିଲେ

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ନିସ୍ତୁକ ମାଡ ସହ ବିଷ୍ଠା ଖୁଆଇଲେ ଗ୍ରାମବାସୀ

ତଦନ୍ତ ଚାଲିଛି କହିଲେ ଏସଡିପିଓ:

ସେପଟେ ଏହି ମାମଲାରେ କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ କହିଛନ୍ତି, "ଜଣେ ଆଦିବାସୀ ଯୁବତୀ ଏକ ଅଭିଯୋଗ କରିଛନ୍ତି । ଯେଉଁଥିରେ ତାଙ୍କୁ ଗାଳି ଗୁଲଜ ସହ ତାଙ୍କ ମୁହଁରେ ଵିଷ୍ଠା ବୋଳି ଦିଆଯାଇଛି । ତେବେ ଏହାର ତଦନ୍ତ ଆମେ ଆରମ୍ଭ କରିଛୁ । ସଂପୃକ୍ତ ଅଭିଯୁକ୍ତ ଏବେ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.