ETV Bharat / state

ଆସିବ ନୂଆ ଥଇଥାନ ଓ ପୁନର୍ବସତି ନୀତି, ଜମିହରାଙ୍କୁ ଜମି ଦେବେ ସରକାର - ନୂଆ ଥଇଥାନ ଓ ପୁନର୍ବସତି ନୀତି

ନୂଆ ଥଇଥାନ ଓ ପୁନର୍ବସତି ନୀତି ଆଣିବେ ବିଜେପି ସରକାର । ପୁରୁଣା ନୀତିକୁ ସଂଶୋଧନ କରାଯିବ । ୨୦୦୬ରେ ପଲିସି ଆଣିଥିଲେ ବିଜେଡି ସରକାର ।

Rehabilitation
Rehabilitation (ETV Bharat Odisha)
author img

By ETV Bharat Odisha Team

Published : Nov 20, 2024, 11:03 PM IST

ଭୁବନେଶ୍ବର: ସଂଶୋଧନ ହେବ ଥଇଥାନ ଓ ପୁନର୍ବସତି ନୀତି । ନୂଆ ଥଇଥାନ ଓ ପୁନର୍ବସତି ନୀତି ଆଣିବେ ବିଜେପି ସରକାର । ୧୭ ବର୍ଷର ପୁରୁଣା ପଲିସିରେ ସଂଶୋଧନ ଆଣିବା ଲାଗି ପ୍ରସ୍ତାବ ଲୋଡିଛି ରାଜସ୍ୱ ବିଭାଗ । ନୂଆ ନୀତି ଅନୁସାରେ ଜମି ହରାଉଥିବା ଲୋକଙ୍କୁ ଜମି ଦେବାକୁ ବିଭାଗ ଚିନ୍ତା କରୁଛି । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ହରାଉଥିବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ୨୦୦୬ରେ ପଲିସି ଆଣିଥିଲେ ବିଜେଡି ସରକାର । ଏବେ ନୂଆ ଥଇଥାନ ଓ ପୁନର୍ବସତି ନୀତି ଆସିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଆସିବ ନୂଆ ଥଇଥାନ ନୀତି:

Rehabilitation (ETV Bharat Odisha)

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଉଚ୍ଛେଦ କାର୍ଯ୍ୟ ହେଉଛି । ଉଚ୍ଛେଦରେ ଜମି ହରାଉଥିବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ୨୦୦୬ରେ ପଲିସି ଆଣିଥିଲେ ତତ୍କାଳୀନ ବିଜେଡି ସରକାର । ଏହାକୁ ଥଇଥାନ ଓ ପୁନର୍ବସତି ନୀତି ବୋଲି କୁହାଯାଏ । ୧୭ ବର୍ଷ ହେଲା ଏହି ପଲିସିରେ ସଂଶୋଧନ କିମ୍ବା ପରିବର୍ତ୍ତନ ହୋଇନାହିଁ । ତେଣୁ ଏହି ପଲିସିରେ ସଂଶୋଧନ ଆବଶ୍ୟକତା ରହିଛି । ଗତକାଲି ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି ।"

ସାଧାରଣ ଲୋକ ଦେବେ ମତାମତ:

ତେବେ ପ୍ରାଥମିକ ଆଲୋଚନାରେ ରାଜସ୍ୱ, ଜଙ୍ଗଲ, ଜଳସେଚନ, ଜଳ ସମ୍ପଦ, ପୂର୍ତ୍ତ, ଶିଳ୍ପ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ଆଧୁନିକ ଥଇଥାନ ଓ ପୁନର୍ବସତି ନୀତି ଲାଗି ପ୍ରସ୍ତାବ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସାଧାରଣ ଲୋକଙ୍କୁ ମଧ୍ୟ ମତାମତ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ । ଯେଉଁମାନେ ବାସଚ୍ୟୁତ ହେଉଛନ୍ତି, ସେମାନଙ୍କ କଷ୍ଟକୁ ମାପି ହେବନାହିଁ । ତେଣୁ ଏହାର ମୂଲ୍ୟାଙ୍କନ ନକରି ଆଧୁନିକ ଥଇଥାନ ଓ ପୁନର୍ବସତି ନୀତି କରିପାରିବା ଲାଗି ଚେଷ୍ଟା ହେଉଛି । ବିଶେଷ କରି ନୂଆ ନୀତିରେ ଜମି ହରାଉଥିବା ଲୋକଙ୍କୁ ଜମି ବଦଳରେ ଜମି ଦେବାକୁ ବିଭାଗ ଚିନ୍ତା କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ଭୂମିହୀନଙ୍କ ପାଇଁ ନୂଆ ନିୟମ ଆଣୁଛନ୍ତି ସରକାର, ସରଳ ହେବ ଜମି କିଣାବିକା

ଏହା ମଧ୍ୟ ପଢ଼ନ୍ତୁ...ଚାଷୀ ଫେରିପାଇବେ ବେଦାନ୍ତ ଅଧିଗ୍ରହଣ ଜମି: ରାଜସ୍ୱ ମନ୍ତ୍ରୀ

ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ବେଳେ ବିଭିନ୍ନ ଶିଳ୍ପ ସଂସ୍ଥା ଆବଶ୍ୟକତା ଠାରୁ ଅଧିକ ଜମି ଆବେଦନ କରିଥାନ୍ତି । କିନ୍ତୁ ଏଥର ଆଉ ସେମିତି ହେବନାହିଁ । ଶିଳ୍ପ ପ୍ରତିଷ୍ଠା ଲାଗି କେତେ ଜମି ଆବଶ୍ୟକ ତାହାର ପରୀକ୍ଷା ନିରୀକ୍ଷା କରିବେ ସରକାର । ଘରୋଇ ଶିଳ୍ପକୁ ଜମି ଦେଲା ବେଳେ ନିଜେ ତଦନ୍ତ କରିବ ରାଜସ୍ବ ବିଭାଗ । ଆବଶ୍ୟକ ଠାରୁ ଅଧିକ ଜମି ନେଇପାରିବନାହିଁ ଶିଳ୍ପ ସଂସ୍ଥା । ଯେଉଁ ସଂସ୍ଥା ବା କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ ହେଉଛି, ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.