ETV Bharat / state

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା - ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା

ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟକୁ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଦାବିରେ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା

author img

By

Published : Oct 14, 2022, 6:00 PM IST

ସୁବର୍ଣ୍ଣପୁର: ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟକୁ 2024 ସୁଦ୍ଧା ସମ୍ପୂର୍ଣ୍ଣ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ, ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରାଯାଇଥିଲା । ତେବେ ଏନେଇ ସଂଘର୍ଷ ସମିତି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରାଯାଇଛି ।

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା

ଉଭୟ ସରକାରଙ୍କ କାଦୁଅ ଫିଙ୍ଗା ରାଜନୀତି ଭିତରେ ଏହି ଅନୁନ୍ନତ ଅଞ୍ଚଳର ଜନସାଧାରଣ ବିକାଶଠାରୁ ବହୂ ଦୁରରେ ରହିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ହେଲେ ରେଳପଥର କାର୍ଯ୍ୟକୁ ଦେଖିଲେ ଉଭୟ ସରକାର ବିକାଶର ନାରା ଦେଇ ଅନୁନ୍ନତ ଅଞ୍ଚଳର ଗମନାଗମନ ଓ ଅର୍ଥନୈତିକ ବିକାଶ ଦିଗରେ ଧ୍ୟାନ ଦେଉ ନ ଥିବା ସଂଘର୍ଷ ସମିତି ଅଭିଯୋଗ କରିଛି । 2024 ଶେଷ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନହେଲେ ଦୁର୍ବାର ଆନ୍ଦୋଳନ କରାଯିବ ଓ ଏଥିପାଇଁ ଉଭୟ ସରକାର ଦାୟୀ ରହିବେ ବୋଲି ସଂଘର୍ଷ ସମିତି ଚେତାବନୀ ଦେଇଛି ।

ଏହି ଧାରଣା ବାବଦରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ କମିଟି ଆବାହକ କହିଛନ୍ତି "ବଲାଙ୍ଗୀର ରେଳପଥ ସଂଘର୍ଷ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ କମିଟି ତରଫରୁ ଗଣଧାରଣା ଦେଉଛୁ । ଗଣ ଧାରଣା ଦେବାର କାରଣ ଏହା କି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଜେ କହିଥିଲେ ଏହି ରେଳପଥ ଏହି ଅଞ୍ଚଳପାଇଁ ହୃଦୟରେଖା । ସରକାରଙ୍କ ତରଫରୁ କୁହାଯାଇଥିଲା କି, ଏଭଳି ଅନୁନ୍ନତ ଅଞ୍ଚଳକୁ ମୁଖ୍ୟ ସ୍ତ୍ରୋତରେ ସାମିଲ କରିବା ପାଇଁ ଏହି ପ୍ରକଳ୍ପ ନିତାନ୍ତ ଆବଶ୍ୟକ ।

ଯେତେ ଶୀଘ୍ର ହେବ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ସରକାର କହିଥିଲେ । ବଜେଟ ଅନୁମୋଦନ ସରିଗଲା । ହେଲେ ଏବେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି । ତେବେ ଏନେଇ ଯଦି କେହି ଅଧିକ ଅସୁବିଧା ଭୋଗୁଛନ୍ତି ସେ ହେଉଛନ୍ତି ଏଅଞ୍ଚଳର ଜନ ସାଧାରଣ । ତେବେ ଆଗାମୀ ଦିନରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଯଦି ତ୍ବରାନ୍ବିତ ନକରାଯିବ ୨୦୨୪ ସୁଦ୍ଧା ଯଦି ଏହି ପ୍ରକଳ୍ପର କାମ ଶେଷ ନହେବ ତାହେଲେ ଆନ୍ଦୋଳନକୁ ଜୋରଦାର କରିବୁ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.