ETV Bharat / state

ମାଗଣା ଅକ୍ସିଜେନ ସେବା ଯୋଗାଇଲା ମାରୱାଡି ଯୁବ ମଞ୍ଚ - marwari youth

ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନା ରୋଗୀଙ୍କୁ ମାଗଣା ଅକ୍ସିଜେନ ସେବା ଯୋଗାଇଛି ମାରୱାଡି ଯୁବ ମଞ୍ଚ । ଅଧିକ ପଢନ୍ତୁ...

ମାଗଣା ଅକ୍ସିଜେନ ସେବା ଯୋଗାଇଲା ମାରୱାଡି ଯୁବ ମଞ୍ଚ

author img

By

Published : May 17, 2021, 2:04 PM IST

ସୁବର୍ଣ୍ଣପୁର: ମହାମାରୀ କୋରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି । ଗୁରୁତର ରୋଗୀଙ୍କ ପାଇଁ ଅମ୍ଳଜାନର ଆବଶ୍ୟକତା ବି ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମାଗଣା ଅକ୍ସିଜେନ ସେବା ଆରମ୍ଭ କରିଛି ସୁବର୍ଣ୍ଣପୁର ଜିଲ୍ଲା ମାରୱାଡି ଯୁବ ମଞ୍ଚ ।

ମାଗଣା ଅକ୍ସିଜେନ ସେବା ଯୋଗାଇଲା ମାରୱାଡି ଯୁବ ମଞ୍ଚ

ଜିଲ୍ଲାରେ ଅକ୍ସିଜେନ ସମସ୍ୟାକୁ ଦୂର କରିବା ପାଇଁ ଏହା ସହାୟକ ହେବ ବୋଲି ଯୁବମଞ୍ଚ ଆଶା କରିଛି । 7 ଲିଟର ବିଶିଷ୍ଠ ତିନୋଟି ଓ 10 ଲିଟର ବିଶିଷ୍ଠ ତିନୋଟି ସିଲିଣ୍ଡର ଏବେ ଅଗ୍ରସେନ ଭବନ କାର୍ଯ୍ୟାଳୟରେ ମହଜୁତ ରହିଛି। କେବଳ ସୁବର୍ଣ୍ଣପୁର ନୁହେଁ ପଡୋଶୀ ବୌଦ୍ଧ ଜିଲ୍ଲାର କଣ୍ଟମାଲ ଅଞ୍ଚଳରେ ଲୋକେ ବି ଏହି ସେବାରୁ ଉପକୃତ ହେଉଛନ୍ତି । ସ୍ଥାନୀୟ ଅଗ୍ରସେନ ଭବନ କାର୍ଯ୍ୟାଳୟରେ ଅକ୍ସିଜେନ ସିଲିଣ୍ଡର ମହଜୁତ ରଖିବା ସହିତ କର୍ମକର୍ତ୍ତାମାନଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି ।

କୋରୋନାରେ ଗୁରୁତର ହୋଇଥିବା ରୋଗୀଙ୍କ ପାଇଁ ଆବଶ୍ୟକ ପଡିଲେ ଫୋନ କିମ୍ବା ସିଧାସଳଖ ଯୋଗା ଯୋଗ କଲେ ତାଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଉଛି । ଏହି ସେବାକୁ ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ଯୁବମଞ୍ଚ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ କୋଭିଡ ସମୟରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଏହି ଶିବିର ଆୟୋଜନ କରାଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି । ତେବେ ମାରୱାଡି ଯୁବା ମଞ୍ଚର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.