ETV Bharat / state

8 ବର୍ଷ ହେଲାଣି ସମ୍ପୂର୍ଣ୍ଣ ହୋଇ ପାରୁନି ମାଣିକେଶ୍ୱରୀ ଫରେଷ୍ଟ ପାର୍କ - Manikeshwari Forest Park

ଦୀର୍ଘ 8 ବର୍ଷ ହେଲାଣି ସୁବର୍ଣ୍ଣପୁର ସହରରେ ତିଆରି ହୋଇଥିବା ମାଣିକେଶ୍ୱରୀ ଫରେଷ୍ଟ ପାର୍କ ଆଜିଯାଏଁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଅଧିକ ପଢନ୍ତୁ..

8 ବର୍ଷ ହେଲାଣି ସମ୍ପୂର୍ଣ୍ଣ ହୋଇ ପାରୁନି ମାଣିକେଶ୍ୱରୀ ଫରେଷ୍ଟ ପାର୍କ

author img

By

Published : Nov 16, 2020, 2:35 PM IST

ସୁବର୍ଣ୍ଣପୁର: ଆଜକୁ ଆଠ ବର୍ଷରୁ ଅଧିକ ହେଲା । ହେଲେ ଐତିହାସିକ ସୁବର୍ଣ୍ଣପୁର ସହରରେ ତିଆରି ହୋଇଥିବା ମାଣିକେଶ୍ୱରୀ ଫରେଷ୍ଟ ପାର୍କ ଆଜିଯାଏଁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ସୁବର୍ଣ୍ଣପୁର-ମନମୁଣ୍ଡା ଜାତୀୟ ରାଜପଥ ପାର୍ଶ୍ୱରେ ମାଣିକେଶ୍ୱରୀ ଦେବୀଙ୍କ ପାଞ୍ଚ ଏକରରୁ ଅଧିକ ପରିମିତ ଯାଗାରେ ଏହି ପାର୍କ ତିଆରି ହୋଇଛି । ତେବେ ପାର୍କର ପାଚେରୀ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାର୍କ ଭିତରେ ଏକ କଂକ୍ରିଟ ରାସ୍ତା କିଛି ଗଛ ଲଗାଇ ଦେଇ ପାର୍କର ତରବରିଆ ଭାବେ ଉଦଘାଟନ କରାଯାଇଥିଲା ।

8 ବର୍ଷ ହେଲାଣି ସମ୍ପୂର୍ଣ୍ଣ ହୋଇ ପାରୁନି ମାଣିକେଶ୍ୱରୀ ଫରେଷ୍ଟ ପାର୍କ

ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାର ଶୁଭ ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ଏହାକୁ ଏକ ଅତ୍ୟାଧୁନିକ ପାର୍କରେ ପରିଣତ କରିବା ପାଇଁ ପୌର ପରିଷଦ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଇତିମଧ୍ୟରେ ଚତୁର୍ଦ୍ଦଶ ଅର୍ଥ କମିଶନରୁ ମାତ୍ର ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ପାର୍କରେ ସାଇକେଲ ଷ୍ଟାଣ୍ଡ ,ପିଇବା ପାଣି ,ଶିଶୁମାନଙ୍କ ପାଇଁ ମନୋରଞ୍ଜନ ସାମଗ୍ରୀ , ଯୁବକ ମାନଙ୍କ ବ୍ୟାୟାମ ଉପକରଣ , ପାର୍କ ଭିତରେ ବ୍ୟାପକ ଆଲୁଅ ବ୍ୟବସ୍ଥା ଆଦି କିଛି ହିଁ କରାଯାଇ ପାରି ନାହିଁ ।

ତେବେ ଶୀତ ଆସିଥିବାରୁ ପାର୍କରେ ବେଶ ଗହଳି ଦେଖିବାକୁ ମିଳୁଛି । ସହରବାସୀ ସକାଳୁ ସକାଳୁ ବ୍ୟାୟାମ କରିବାକୁ ପାର୍କକୁ ଯାଉଛନ୍ତି । ହେଲେ ଜନସାଧାରଣଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଅପରପକ୍ଷରେ ପ୍ରାୟ 6 ଲକ୍ଷ ଟଙ୍କା ବ୍ୟୟରେ ପାର୍କର ବିଭିନ୍ନ ଉନ୍ନତି କରଣ କରାଯାଉଥିବାବେଳେ ଆଗକୁ ଶିଶୁମାନଙ୍କ ଖେଳ ସାମଗ୍ରୀ ଓ ଯୁବକମାନଙ୍କ ପାଇଁ ବ୍ୟାୟାମ ଉପକରଣ ଲଗାଯିବ ବୋଲି ପୌର ପରିଷଦର ବରିଷ୍ଠ ଯନ୍ତ୍ରୀ ଯଯାତି ପଧାନ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.