ସୁବର୍ଣ୍ଣପୁର: ଗୁଣି ଗାରେଡି ସନ୍ଦେହରେ ସଙ୍ଘବଦ୍ଧ ଆକ୍ରମଣ । ସୁବର୍ଣ୍ଣପୁର ସୁବଲୟା ଥାନା ଅନ୍ତର୍ଗତ ଟେଭାପଦର ଗାଁରେ ଆକ୍ରମଣରେ ଗାଁର ଦୋଳଗୋବିନ୍ଦ ମେହେର ଗୁରୁତର ହୋଇଛନ୍ତି । ଏନେଇ ଦୋଳ ଗୋବିନ୍ଦଙ୍କ ପରିବାର ଲୋକେ ସୁବଲୟା ଥାନାରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିବା ଜଣାପଡିଛି ।
ଟେଭାପଦର ଗାଁର ଗୋଟିଏ ପରିବାରର ପାଞ୍ଚ ଜଣ ଲୋକ ଦୋଳଗୋବିନ୍ଦଙ୍କୁ ଆକ୍ରମଣ କରିଥିଲେ । ତେବେ ଦୋଳଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏବେ ସୁଦ୍ଧା ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରି ନାହିଁ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ