ETV Bharat / state

ସୁବର୍ଣ୍ଣପୁରରେ ମହାଶିବରାତ୍ରୀ: ଶୈବପୀଠଗୁଡିକରେ ଭକ୍ତଙ୍କ ପ୍ରବଳ ଭିଡ - subarnapur latest news

ସୁବର୍ଣ୍ଣପୁର ଜିଲ୍ଲାରେ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ମହାଶିବରାତ୍ରୀ ମହାଆଡମ୍ବରରେ ପାଳନ କରାଯାଉଛି । ବିଭିନ୍ନ ଶୈବପୀଠ ଗୁଡିକରେ ସଂକୀର୍ତ୍ତନ୍ୟ ,ଶିବ ପୁରାଣ ପାଠ ଆଦିର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

mahasibaratri-festival-at-subarnapur-full-of-devotee-in-siva-temple
ସୁବର୍ଣ୍ଣପୁରରେ ମହାଶିବରାତ୍ରୀ: ଶୈବପୀଠଗୁଡିକରେ ଭକ୍ତଙ୍କ ପ୍ରବଳ ଭିଡ
author img

By

Published : Feb 21, 2020, 1:38 PM IST

ସୁବର୍ଣ୍ଣପୁର: ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରରେ ଆଜି ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ମହାଶିବରାତ୍ରୀ ମହାଆଡମ୍ବରରେ ପାଳନ କରାଯାଉଛି । ବିଭିନ୍ନ ଶୈବପୀଠ ଗୁଡିକରେ ସଂକୀର୍ତ୍ତନ,ଶିବ ପୁରାଣ ପାଠ ଆଦିର ଆୟୋଜନ କରାଯାଇଛି । ମହାଦୀପ ପାଇଁ ମନ୍ଦିର କମିଟି ଗୁଡିକ ବ୍ୟାପକ ଆୟୋଜନ କରିଛନ୍ତି ।

ସୁବର୍ଣ୍ଣପୁରରେ ମହାଶିବରାତ୍ରୀ: ଶୈବପୀଠଗୁଡିକରେ ଭକ୍ତଙ୍କ ପ୍ରବଳ ଭିଡ

ସୁବର୍ଣ୍ଣପୁର ଜିଲ୍ଲାର ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ମହାନଦୀ ,ତେଲନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ସ୍ନାନ କରି ଅଷ୍ଟଶମ୍ଭୁଙ୍କ ଦର୍ଶନ କରିଛନ୍ତି । ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ପାହାନ୍ତିଆରୁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଛି ଶୈବପୀଠ ଗୁଡିକରେ । ସହରର ସୁବର୍ଣ୍ଣମେରୁ ,ରାମେଶ୍ବର ,ଗୋକର୍ଣ୍ଣେଶ୍ବର ,ପଶ୍ଚିମ ସୋମନାଥ ଆଦି ମନ୍ଦିରରେ ବ୍ୟାପକ ଆୟୋଜନ କରାଯାଇଛି । ଆଜି ସଂଧ୍ୟାରେ ବିଭିନ୍ନ ମନ୍ଦିର କମିଟି ଗୁଡିକ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ ସମାରୋହ ,ପ୍ରବଚନ ଆଦିର ଆୟୋଜନ କରାଯାଇଛି ।

ସେହିପରି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧି ଶୈବପୀଠ ଚରଦାର କପିଳେଶ୍ବର,ବୈଦ୍ୟନାଥର କାଳେଶ୍ବର ,ବୀରମହାରାଜପୁରର ଗୋଧନେଶ୍ବର ଓ ଚମ୍ପେଶ୍ବର ମନ୍ଦିର ଆଦିରେ ମହାସମାରୋହରେ ଶିବରାତ୍ରୀ ପାଳନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.