ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସେବାୟତ ମାନିଲେ କୋଭିଡ କଟକଣା - subarnapur devasnana purnima

ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ବଡ ଜଗନ୍ନାଥ ମନ୍ଦିର ଏବଂ କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି । ସୀମିତ ସଂଖ୍ୟକ ସେବାୟତ ବିଗ୍ରହଙ୍କ ସ୍ନାନ ପର୍ବରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣା ଭିତରେ ପାତାଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ

author img

By

Published : Jun 24, 2021, 4:09 PM IST

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ ଆଜି(ଗୁରୁବାର) ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି । ସହରର ଶ୍ରୀ ବଡ ଜଗନ୍ନାଥ ମନ୍ଦିରରେ ତିନି ବିଗ୍ରହଙ୍କୁ ସ୍ନାନ କରାଯାଇଥିବାବେଳେ ଜିଲ୍ଲାର କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରରେ ବି ପାରମ୍ପରିକ ରୀତିନୀତିରେ ଏହି ପର୍ବ ଅନୁଷ୍ଠିତ ହୋଇଛି । ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ ନରେନ୍ଦ୍ର କଅଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋଭିଡ ନିୟମ ପାଳନ କରି ଦେବ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହି ଆଧାରରେ ସେବାୟତମାନେ ସୀମିତ ସଂଖ୍ୟାରେ ଯୋଗ ଦେଇ ବିଗ୍ରହଙ୍କ ସ୍ନାନ ପର୍ବ ପାଳନ କରିଛନ୍ତି ।

କୋଭିଡ କଟକଣା ଭିତରେ ପାତାଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ

ସ୍ନାନ ନୀତି ସମୟରେ ମାସ୍କ ପରିଧାନ କରିବା ସହିତ ଯଥାସମ୍ଭବ ସାମାଜିକ ଦୂରତ୍ବ ରକ୍ଷା କରାଯାଇଛି । ସେହିପରି ମନ୍ଦିର ପରିସରକୁ ସାନିଟାଇଜ କରାଯାଇଛି । ତେବେ ଏଥର ବିଗ୍ରହମାନଙ୍କୁ ରଥାଋଢ କରାନଯାଇ ରଥଯାତ୍ରା ପାଳନ କରିବା ପାଇଁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଛି । ମହାମାରୀ କୋରୋନା ପାଇଁ ସର୍ବସାଧାରଣ ଦର୍ଶନକୁ ବାରଣ କରାଯାଇଥିବାବେଳେ କେବଳ ନୀତିକାନ୍ତି ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.