ETV Bharat / state

ପର୍ଯ୍ୟଟନ ବିଭବ ସୁବର୍ଣ୍ଣପୁର, ଭିତ୍ତିଭୂମିର ବିକାଶ ପାଇଁ ମହାନଦୀ ସାହିତ୍ୟ ସଂସଦର ଦାବି - ବର୍ଣ୍ଣପୁର ଜିଲ୍ଲାରେ ଜଳ ସଂକଟ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲାରେ ଜଳ ସଂକଟ । ପର୍ଯ୍ୟଟନୀୟ ଭିତ୍ତିଭୂମିର ବିକାଶ ପାଇଁ ଦାବି କଲା ମହାନଦୀ ସାହିତ୍ୟ ସଂସଦ । ଅଧିକ ପଢ଼ନ୍ତୁ

subarnapur tourism
ସୁବର୍ଣ୍ଣପୁର ପର୍ଯ୍ୟଟନ ବିକାଶ ଦାବି
author img

By

Published : Jan 26, 2023, 7:11 AM IST

ପର୍ଯ୍ୟଟନୀୟ ବିଭବ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ରାଜ୍ୟର ଅନ୍ୟ ଏକ ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର । ମହାନଦୀ କୂଳରେ ଗଢି ଉଠିିଛି ଏହି ପ୍ରାଚୀନ ସଭ୍ୟତା । ତେଲନଦୀ, ମହାନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମର ବିସ୍ତୀର୍ଣ୍ଣ ଅଞ୍ଚଳର ସୋନପୁର ଗଡଜାତ ସହର । ଅଙ୍ଗନଦୀ, ସୂକତେଲ ନଦୀ ସମେତ ଅନେକ ଛୋଟବଡ ଜୋର ଓ ନାଳରେ ପରିପୂର୍ଣ୍ଣ ସୋନପୁର ଗଡଜାତ । ହେଲେ ଦିନକୁ ଦିନ ପାନୀୟ ସଂକଟ ଉତ୍କଟ ରୂପ ଧାରଣ କରୁଛି । ମହାନଦୀ ଏହି ପ୍ରାଚୀନ ସଭ୍ୟତାର ଅଧିବାସୀଙ୍କୁ ସବୁ ସମୟରେ ପ୍ରଭାବିତ କରି ଆସିଛି । ଉତ୍କଳର ଜୀବନ ରେଖା ଭାବେ ପରିଚିତ ମହାନଦୀର ସ୍ବଚ୍ଛ ନିର୍ମଳ ବାରିଧାରା ପାଇଁ ଅଞ୍ଚଳର ଅଧିବାସୀ ସବୁ ସମୟରେ ପ୍ରୟାସ କରି ଆସିଛନ୍ତି ।

ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ଅଷ୍ଟୋତ୍ତର 108 ମନ୍ଦିର ସମେତ ମନ୍ଦିର ଗୁଡିକର ନୀତିକାନ୍ତି ଆଦି ପାଇଁ ଅନେକ ପୋଖରୀ ରହିଛି । ହେଲେ ଦିନକୁ ଦିନ ମହାନଦୀର ପ୍ରବାହମାନ ଜଳଧାରା କମିକମି ଆସୁଥିବାରୁ ଜନସାଧାରଣଙ୍କ ଭିତରେ ଚିନ୍ତା ବଢି ଯାଇଛି । ମତ୍ସ୍ୟ ସମ୍ପଦ ବି ଦିନକୁ ଦିନ କମିକମି ଯାଉଛି । ଏହି ବେଳାରେ ମହାନଦୀ ଗର୍ଭର ବିଭିନ୍ନ ଭାଗରେ ଜଳଧାରଣ କ୍ଷମତା ବଢାଇବାକୁ ଛୋଟଛୋଟ ବ୍ୟାରେଜ ନିର୍ମାଣ କରିବା ଲାଗି ସହରବାସୀ ଦାବି କରି କରୁଛନ୍ତି । ବର୍ଷକୁ ବର୍ଷ ସହରର ତାପମାତ୍ରା ବି ବଢିବାରେ ଲାଗିଛି । ଗ୍ରୀଷ୍ମରେ ପ୍ରାୟ 47-48 ଡିଗ୍ରୀକୁ ଛୁଉଁଛି ପାରଦ ।

ମହାନଦୀର ଜଳଧାରଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଅନେକ ସମୟରେ ରାଜ୍ୟ ଜଳ ସମ୍ପଦ ବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମହାନଦୀ କୂଳରେ ମୃତ୍ତିକା ସଂରକ୍ଷଣ ସହିତ ମହାନଦୀର ଜଳଧାରଣ କ୍ଷମତାକୁ ବୃଦ୍ଧି କଲେ ଅଞ୍ଚଳରେ ତାପମାତ୍ରା କମିବା ସହିତ ଲୋକେ ଜଳର ସଦୁପଯୋଗ କରି ନିଜର ଅର୍ଥନୈତିକ ବିକାଶ କରି ପାରିବେ ବୋଲି ଜନମତରେ ପ୍ରକାଶ ପାଇଛି । ଶିଳ୍ପ ବିହୀନ ଏହି ଜିଲ୍ଲାର କୃଷି ଓ କୃଷକର ଉନ୍ନତି ହେବା ସହିତ ପର୍ଯ୍ୟଟନର ବିକାଶ ହେବ ବୋଲି ଜନସାଧାରଣ ଆଶା କରୁଛନ୍ତି ।

ଏହି ପ୍ରାଚୀନ ସହର ବର୍ଷସାରା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ପ୍ରତିଦିନ ହଜାରହଜାର ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟରେ ସହରକୁ ଆସୁଛନ୍ତି । ହେଲେ ସହରର ସୌନ୍ଦର୍ଯ୍ୟକରଣ, ସହର ପାର୍ଶ୍ବସ୍ଥ ବନ ସଂରକ୍ଷଣ, ନୂତନ ଜଙ୍ଗଲ ସୃଷ୍ଟି ଓ ମହାନଦୀର ଜଳ ସଂରକ୍ଷଣ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରୀଷ୍ମରେ ତାପମାତ୍ରା ଦେଶର ସର୍ବୋଚ୍ଚ ତାପମାତ୍ରା ଭାବେ ରେକର୍ଡ କରାଯାଉଛି । ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ବିଭବରେ ଭରପୁର ଏହି ଭୂଖଣ୍ଡକୁ ଚୀର ସବୁଜିମାରେ ଭରିଦେବା ପାଇଁ ମହାନଦୀ କୂଳରେ ବ୍ୟାପକ ବୃକ୍ଷ ରୋପଣ , ମହାନଦୀ ଓ ତେଲନଦୀର ଜଳଧାରଣ କ୍ଷମତାର ବୃଦ୍ଧି ଓ ବ୍ୟାରେଜ ନିର୍ମାଣ, ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ପାଇଁ ପୁଣି ମହାନଦୀ ସାହିତ୍ୟ ସଂସଦ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.