ETV Bharat / state

ପ୍ରଦୂଷଣ ମୁହଁରେ ଚିରସ୍ରୋତା ମହାନଦୀ, ସହରାଞ୍ଚଳର ମଇଳା ପାଣିରେ ପୋତି ହୋଇ ପଡୁଛି ଜୀବନ ରେଖା

ପ୍ରଦୂଷିତ ହେବାରେ ଲାଗିଛି ମହାନଦୀର ଜଳ । ମହାନଦୀର ପ୍ରାୟ 10 ଗୋଟି ଘାଟରେ ସହରାଞ୍ଚଳର ମଇଳା ପାଣିରେ ପୋତି ହୋଇ ପଡୁଛୁ ନଦୀ । ବ୍ଯବହାର ଅଯୋଗ୍ୟ ହେବାରେ ଲାଗିଛି ମହାନଦୀ ଜଳ । ଅଧିକ ପଢ଼ନ୍ତୁ

author img

By

Published : Mar 30, 2023, 8:11 PM IST

ପ୍ରଦୂଷିତ ହେବାରେ ଲାଗିଛି ମହାନଦୀର ଜଳ
ପ୍ରଦୂଷିତ ହେବାରେ ଲାଗିଛି ମହାନଦୀର ଜଳ
ପ୍ରଦୂଷିତ ହେବାରେ ଲାଗିଛି ମହାନଦୀର ଜଳ

ସୁବର୍ଣ୍ଣପୁର: ରାଜ୍ୟର ଜୀବନ ରେଖା ଭାବେ ପରିଚିତ ଚିରସ୍ରୋତା ମହାନଦୀ । ହେଲେ ଦିନକୁ ଦିନ ମହାନଦୀ ଗର୍ଭ ମରୁଭୂଇଁରେ ପରିଣତ ହେଉଛି । କମିକମି ଯାଉଛି ଚିରସ୍ରୋତା ମହାନଦୀର ବାରିଧାରା । ପ୍ରଦୂଷିତ ହେବାରେ ଲାଗିଛି ମହାନଦୀର ଜଳ । ମହାନଦୀର ପ୍ରାୟ 10 ଗୋଟି ଘାଟରେ ସହରାଞ୍ଚଳର ବ୍ୟବହୃତ ମଇଳା ପାଣି ପଡୁଛି । ଫଳରେ ମହାନଦୀର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ସହରବାସୀଙ୍କ ପାଇଁ କଷ୍ଟକର ହୋଇପଡିଛି ।

ସହରର ରାମେଶ୍ବର ଘାଟ, ଆମ୍ବ ଘାଟ, କୁମ୍ଭାରପଡା ଘାଟ, ତେନ୍ତୁଳି ଘାଟ, ଦଶମତୀ ଘାଟ, ଘୋଡାଘାଟ ପଡାଘାଟ ଆଦିରେ ସହରର ଦୂଷିତ ପାଣି ମିଶୁଛି । ଏହି ସବୁ ଘାଟଗୁଡିକୁ ସହରର ଜନସାଧାରଣ ସକାଳ ଆଦି ପାଇଁ ବ୍ୟବହାର କରୁଥିବା ବେଳେ ପାଣି ଦିନକୁ ଦିନ ବ୍ଯବହାର ଅଯୋଗ୍ୟ ହେବାରେ ଲାଗିଛି । ଲୋକେ ଧାର୍ମିକ କାର୍ଯ୍ୟ ତଥା ପାନୀୟ ଜଳ ପାଇଁ ବି ଏସବୁ ଘାଟ ଉପରେ ନିର୍ଭର କରୁଛନ୍ତି । ତେବେ ଦୂଷିତ ଜଳ ବ୍ୟବହାର କରି ଲୋକେ ବିଭିନ୍ନ ଚର୍ମ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି ।

ସହରର ସମସ୍ତ ଡ୍ରେନ ଗୁଡିକର ଦୂଷିତ ମଇଳା ପାଣି ସିଧାସଳଖ ମହାନଦୀରେ ପ୍ରବେଶ କରୁଛି । ସଦର ପୌର ପ୍ରଶାସନକୁ ଜଳ ବିଶୋଧନାଗାର(ଟ୍ରିଟମେଣ୍ଟ ପ୍ଳାଣ୍ଟ) ପ୍ରତିଷ୍ଠା କରିବା ସହିତ ସହରର ନିର୍ଗତ ଦୂଷିତ ଜଳକୁ ବିଶୋଧନ କରି ମହାନଦୀରେ ଛାଡିବା ପାଇଁ ବାରମ୍ବାର ଦାବି କରାଯାଉଛି । ପରିଷଦ ବୈଠକରେ ଆଲୋଚନା କରାଯାଇ ଜିଲ୍ଲା ପ୍ରଶାସନ, ରାଜ୍ୟ ଜଳ ସଂପଦ ବିଭାଗ, ରାଜ୍ୟ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ ସହରବାସୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଫଳ ଶୂନ ।

ବୁଦ୍ଧିଜୀବୀଙ୍କ ଅନୁଯାୟୀ, ପ୍ରଦୂଷିତ ଜଳ କାରଣରୁ ସହରର ଶତାଧିକ ଲୋକ ଡାଇରିଆ ଓ କାମଳ ରୋଗରେ ପୀଡିତ ହୋଇଥିଲେ । ସଦର ପୌର ପରିଷଦ ଓ ସହରାଞ୍ଚଳ ଜଳ ଯୋଗାଣ ବିଭାଗ ଦ୍ବାରା ଲୋକଙ୍କୁ ପାଣି ଟ୍ଯାଙ୍କର ଦ୍ବାରା ଜଳ ଯୋଗାଣ କରାଯାଇଥିଲା । ପାଇପ ମରାମତିରୁ ଆରମ୍ଭ କରି ମହାନଦୀରେ ଦଶମତୀ ଘାଟକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା । ହେଲେ ଡାଇରିଆ ନିୟନ୍ତ୍ରଣ ପରେ ସବୁକିଛି ପ୍ରଶାସନ ଭୁଲି ଯାଇଥିବା ସହରବସୀ ଅଭିଯୋଗ କରିଛନ୍ତି । ଏବେ ସଂପୂର୍ଣ୍ଣ ମହାନଦୀ ଜଳ ଅଧିକରୁ ଅଧିକ ଦୂଷିତ ହେବାରେ ଲାଗିଥିବା ବେଳେ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହିତ ମହାନଦୀକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ପୁଣି ଦାବି କରିଛନ୍ତି ସହରବାସୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.