ETV Bharat / state

ମାଘ ପୂର୍ଣ୍ଣମୀ, ସମାଧି ପୀଠରେ ସାଧୁ ସନ୍ୟାସୀଙ୍କ କୋଭିଡ ପରୀକ୍ଷା

ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁରେ ଥିବା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ ପାଳିତ ହେବ ମାଘମେଳା। ଏଥର ମେଳା ପୂର୍ବରୁ ସମାଧି ପୀଠର ଅନ୍ତେବାସୀ ସାଧୁ ସନ୍ୟାସୀଙ୍କ କୋଭିଡ 19 ପରୀକ୍ଷା କରାଯାଇଛି। ଅଧିକ ପଢନ୍ତୁ...

author img

By

Published : Feb 26, 2021, 12:52 PM IST

ସମାଧି ପୀଠର ସାଧୁ ସନ୍ୟାସୀଙ୍କ  କୋଭିଡ ପରୀକ୍ଷା

ସୁବର୍ଣ୍ଣପୁର: ଆସନ୍ତାକାଲି (ଶନିବାର) ମାଘ ପୂର୍ଣ୍ଣମୀ । ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁରେ ଥିବା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ ପାଳିତ ହେବ ମାଘମେଳା। ଏଥର ମେଳା ପୂର୍ବରୁ ସମାଧି ପୀଠର ଅନ୍ତେବାସୀ ସାଧୁ ସନ୍ୟାସୀଙ୍କ କୋଭିଡ 19 ପରୀକ୍ଷା କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ପହଁଞ୍ଚି କୋଭିଡ ପରୀକ୍ଷା କରିଛନ୍ତି।

ସମାଧି ପୀଠ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ମେଳା ଓ ସାରସ୍ୱତ ସାହିତ୍ୟ ସମାରୋହକୁ ବାତିଲ କରାଯାଇଥିବା ବେଳେ ଏବେ ପୁଣି ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବି ବାରଣ କରାଯାଇଛି। କୌଣସି ଶ୍ରଦ୍ଧାଳୁ ଆସନ୍ତାକାଲି ପ୍ରଥମ ଥର ପାଇଁ ସମାଧି ଓ ପାଦୁକା ଦର୍ଶନରୁ ବଞ୍ଚିତ ହେବେ ।

ତେବେ କେବଳ ସମାଧି ପୀଠର ଅନ୍ତେବାସୀ ସାଧୁ ସନ୍ୟାସୀ ମାଘ ପୂର୍ଣ୍ଣମୀର ନୀତି ପାଳନ କରିବେ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ସୁବର୍ଣ୍ଣପୁର ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.