ETV Bharat / state

ମେଲାଣି ନେଲେ ମା’, ନିରାଡ଼ମ୍ବର ଭାବେ ବିସର୍ଜନ ପର୍ବ ଶେଷ - subarnapur maa durga immersion

ସୁବର୍ଣ୍ଣପୁର ସହରରେ ଗତକାଲି ସନ୍ଧ୍ୟାରେ ଦେବୀଙ୍କ ମନ୍ତ୍ର ବିସର୍ଜନ ପର୍ବ ଓ ସାଙ୍କେତିକ ରାବଣ ପୋଡି କାର୍ଯ୍ୟକ୍ରମ ଶେଷ ହେବା ପରେ ଆଜି ଭଷାଣୀ ପର୍ବ ଆୟୋଜିତ ହୋଇ ଯାଇଛି। ଅଧିକ ପଢନ୍ତୁ...

ନିରାଡ଼ମ୍ବର ଭାବେ ବିସର୍ଜନ ପର୍ବ ଶେଷ
ନିରାଡ଼ମ୍ବର ଭାବେ ବିସର୍ଜନ ପର୍ବ ଶେଷ
author img

By

Published : Oct 17, 2021, 6:11 AM IST

ସୁବର୍ଣ୍ଣପୁର: ଧରାପୃଷ୍ଟରୁ ବିଦାୟ ନେଇଛନ୍ତି ଦେବୀ ମା’ ଦୁର୍ଗା । ସୁବର୍ଣ୍ଣପୁର ସହରରେ ଗତକାଲି ସନ୍ଧ୍ୟାରେ ଦେବୀଙ୍କ ମନ୍ତ୍ର ବିସର୍ଜନ ପର୍ବ ଓ ସାଙ୍କେତିକ ରାବଣ ପୋଡି କାର୍ଯ୍ୟକ୍ରମ ଶେଷ ହେବା ପରେ ଆଜି ଭଷାଣୀ ପର୍ବ ଆୟୋଜିତ ହୋଇ ଯାଇଛି। ସହରର ବ୍ଲକ ଛକ, ବଡ଼ବଜ଼ାର, ଗୁଣ୍ଡିଚା ଗୁଡ଼ି ପଡା, ପଟାଭାଡ଼ି ତଥା ଅନ୍ୟାନ୍ୟ ପଡା ଗୁଡିକରେ ଆୟୋଜିତ ଦୁର୍ଗାପୂଜା କମିଟି ଗୁଡ଼ିକ ଆଜି ଗୋଟିଏ ଦିନରେ ବିସର୍ଜନ ପର୍ବ ପାଳନ କରିଛନ୍ତି।

ନିରାଡ଼ମ୍ବର ଭାବେ ବିସର୍ଜନ ପର୍ବ ଶେଷ

ତେବେ ଏଥର କୋଭିଡ କଟକଣାକୁ ଆଖି ଆଗରେ ରଖି ସାଂସ୍କୃତିକ ଦଳ ଗୁଡିକୁ ବିସର୍ଜନ ଶୋଭାଯାତ୍ରରେ ସାମିଲ କରାଯାଇ ନଥିଲା। ଜିଲ୍ଲା ପୋଲିସର ଅନୁରୋଧକୁ ରକ୍ଷା କରି ପୂଜା କମିଟି ଗୁଡ଼ିକ ନିରାଡ଼ମ୍ବର ଭାବେ ବିସର୍ଜନ ଶୋଭାଯାତ୍ରା ପାଳନ କରିଛନ୍ତି।

ପୌର ପରିଷଦ ପକ୍ଷରୁ ସ୍ଥିର ଜଳ ଥିବା ନିର୍ଦ୍ଦିଷ୍ଟ ଘାଟରେ ବିସର୍ଜନ କରିବା ପାଇଁ ପୂଜା କମିଟିକୁ ଅନୁରୋଧ କରାଯାଇଥିଲା। ତେବେ ଚଳିତ ବର୍ଷ କୋଭିଡ କଟକଣାକୁ ଆଖି ଆଗରେ ରଖି କେବଳ ବିଧି ରକ୍ଷା ପାଇଁ ଦୁର୍ଗା ପୂଜା ପାଳନ କରାଯାଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.