ETV Bharat / state

ତରଭାରେ ଲକଡାଉନ୍‌ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ରବିବାର ସାପ୍ତାହିକ ବଜାରରେ ଲକଡାଉନ୍‌ ନିୟମ ପାଳୁନାହାନ୍ତି ଲେକେ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଲକଡାଉନ୍‌ ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଛି । ଅଧିକ ପଢନ୍ତୁ...

author img

By

Published : Apr 26, 2020, 2:14 PM IST

ତରଭାରେ ଲକଡାଉନ୍‌ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ
ତରଭାରେ ଲକଡାଉନ୍‌ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ

ସୁବର୍ଣ୍ଣପୁର: ତରଭା ସହରର ରବିବାର ସାପ୍ତାହିକ ବଜାରରେ ଲକ ଡାଉନ ନିୟମର ଖୋଲାଖୋଲି ଉଲ୍ଲଂଘନ। କଟକଣାକୁ ସାମାନ୍ୟ କୋହଳ କରାଯାଇ ଥିବା ବେଳେ ବଜାରରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ପ୍ରତିଟି ପସରାରେ ଲୋକେ ଏକାଠି ହୋଇ କିଣାବିକା କରୁଛନ୍ତି।

ତରଭାରେ ଲକଡାଉନ୍‌ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ

ବଜାରକୁ ଯାଉଥିବା ବ୍ୟବସାୟୀ ଅବା ଗ୍ରାହକ, କେହିବି ମାସ୍କ ପରିଧାନ କରି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁନଥିବା ଦେଖିବାକୁ ମିଳିଛି । ଏପରିକି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଲକଡାଉନ୍‌ ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଛି । ତେବେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ଲକଡାଉନ ନିୟମ ନ ମାନିବା ଚିନ୍ତାକୁ ଆହୁରି ବଢାଇଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.