ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରର ପ୍ରକୃତ ସ୍ଥାନ ନିରୂପଣ ଦାବି

ପ୍ରାକୃତିକ ଶୋଭାରାଜିରେ ଭରପୂର ବାଘପାଲି ଗ୍ରାମ ନିକଟସ୍ଥ ତ୍ରୀକୂଟ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ତେଣୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିକାଶମୂଳକ କାର୍ଯ୍ୟ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

patali srikhetra subarnapur
patali srikhetra subarnapur
author img

By ETV Bharat Odisha Team

Published : Aug 24, 2023, 5:04 PM IST

patali srikhetra subarnapur

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ପାତାଳୀ ଶ୍ରୀକ୍ଷେତ୍ରର ସ୍ଥାନ ନିରୂପଣକୁ ନେଇ ଜୋର ଧରିଛି ବିବାଦ । ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ଉଠିଥିବା ବିବାଦ ବହୁ ପୁରୁଣା । ଶ୍ରୀ ଜଗନ୍ନାଥଙ୍କ ଗୁପ୍ତଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନେକ ଐତିହାସିକ ଓ ପ୍ରତ୍ନତାତ୍ତ୍ବିକ ପ୍ରମାଣ ରହିଛି । ଐତିହାସିକ ତଥ୍ୟ ଅନୁଯାୟୀ କୂଟସମଲାଇ ନିକଟସ୍ଥ ତ୍ରୀକୂଟ କନ୍ଦରରେ ଜଗତର ନାଥ ଶ୍ରୀ ଜଗନ୍ନାଥ, ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ଶୁଭଦ୍ରାଙ୍କ ସହିତ ପ୍ରାୟ 144 ବର୍ଷ ଧରି ନିଜର ଲୀଳା ରଚନା କରିଥିଲେ ।

ଅନନ୍ୟ ପ୍ରାକୃତିକ ଶୋଭାରାଜିରେ ଭରପୂର ବାଘପାଲି ଗ୍ରାମ ନିକଟସ୍ଥ ତ୍ରୀକୂଟ କନ୍ଦରରେ 104 ବର୍ଷ ଧରି ଗୁପ୍ତଲୀଳା କରିଥିବା ବେଳେ ପ୍ରାୟ 40 ବର୍ଷ ଧରି ତ୍ରୀକୂଟ କନ୍ଦର ନିମ୍ନରେ ଏକ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ତିନି ବିଗ୍ରହ ଦର୍ଶନ ଦେଇଥିବାର ପ୍ରମାଣ ମିଳେ । ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଗୁପ୍ତଲୀଳା କରିଥିବା ନେଇ ଐତିହାସିକ ପ୍ରମାଣ ଥିଲେ ହେଁ ସେହି ସ୍ଥାନ ଚିହ୍ନଟ କରାଯାଉନଥିବା ଅଭିଯୋଗ କରିଛି ଚାଘପାଲି ତ୍ରୀକୂଟ କ୍ଷେତ୍ର ବିକାଶ ପରିଷଦ ଟ୍ରଷ୍ଟ ।

ତେବେ ୨୦୧୧ରେ କୋଟ ସମଲାଇ ଛଳିଆ ପାହାଡରେ ଶ୍ରୀମନ୍ଦିର ପ୍ରତିଷ୍ଠା କରାଯାଇ ପୁରୁଷୋତମ କ୍ଷେତ୍ର ଶ୍ରୀମନ୍ଦିର ପ୍ରଦତ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଛି । ଏହି କ୍ଷେତ୍ରକୁ ଶ୍ରୀ ମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ଅନ୍ୟତମ ଲୀଳା କ୍ଷେତ୍ରର ମାନ୍ୟତା ଦେଇଛନ୍ତି । ହେଲେ ଆଜି ଯାଏଁ ଶ୍ରୀ ଜଗନ୍ନାଥଙ୍କ ପ୍ରକୃତ ଗୁପ୍ତଲୀଳା କ୍ଷେତ୍ର ଚିହ୍ନଟ କରାଯାଇନ ଥିବାରୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ପ୍ରତ୍ନତାତ୍ତ୍ବିକ ଖନନ ଓ ପରୀକ୍ଷଣ ପାଇଁ ବାଘପାଲି ଅଞ୍ଚଳର ଶ୍ରଦ୍ଧାଳୁ ଓ ଜନସାଧାରଣ ରାଜ୍ୟ ସରକାରଙ୍କ ନିକଟରେ ଅନେକବାର ଦାବି ଉପସ୍ଥାପନ କରିଛନ୍ତି ।

ସେହିପରି ବର୍ଷ ତମାମ ବାଘପାଲି ନିକଟସ୍ଥ ତ୍ରୀକୂଟ ପାହାଡରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପରିଦର୍ଶନରେ ଯାଉଥିବା ବେଳେ ବିଦ୍ୟୁତ ,ପାନୀୟ ଜଳ , ଶ୍ରଦ୍ଧାଳୁ ବିଶ୍ରାମ କକ୍ଷ , ସାଇକେଲ ଷ୍ଟାଣ୍ଡ ,ବିଶ୍ରାମ ଗୃହ ଆଦି ନିର୍ମାଣ କରିବା ପାଇଁ ଦାବି ହେଉଛି । ତେବେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପୀଠରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କରିବା ସହିତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିକାଶମୂଳକ କାର୍ଯ୍ୟ କରିବାକୁ ଦାବି ହୋଇଛି । ବାଘପାଲି ପାର୍ଶ୍ବରେ ବିକାଶର ଧାରା ବୋହିଲେ ଜିଲ୍ଲାର ଏହି ଅନନ୍ୟ ପର୍ଯ୍ୟଟନପୀଠର ଶ୍ରୀବୃଦ୍ଧି ହେବା ସହିତ ଅର୍ଥନୈତିକ ପ୍ରଗତିରେ ଏହା ସହାୟକ ହେବ ନିଶ୍ଚିତ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.