ସୁବର୍ଣ୍ଣପୁର : ଜିଲ୍ଲାର ବିରମହରାଜପୁର ଥାନା ଅନ୍ତର୍ଗତ ଲିଟିପାଲି ଗାଁର ମୋହନ ପ୍ରଧାନକୁ ହତ୍ୟା କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ 28 ତାରିଖ ଶୁକ୍ରବାର ଦିନ ସକାଳ 9ଟା ସମୟରେ ବଡମାଲ ଗାଁର ଚିତ୍ତ ପଧାନ ସହିତ ଘରୁ ବାହାରି ଯାଇ ଆଉ ଘରକୁ ଫେରି ନଥିଲେ । ଆଜି ମୋହନ ଗୌଡ଼ଗାଡ଼ ଜଙ୍ଗଲର ରାସ୍ତା କଡରେ ପଡିଥିବା ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ତାଙ୍କୁ ବିରମହରାଜପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଗୌଡ଼ଗାଡ଼ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଆଣି ପ୍ରଥମେ ବିରମହରାଜପୁର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୋହନଙ୍କ ସାନ ଭାଇ ପଙ୍କଜ ତାଙ୍କ ବଡ ଭାଇକୁ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି । ହତ୍ୟା ରହସ୍ୟ ଉନ୍ମୋଚନ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ