ETV Bharat / state

ନୂଆଖାଇ: ନୂଆପତ୍ରରେ ନବାର୍ଣ୍ଣ ଖାଇବ ପଶ୍ଚିମ ଓଡିଶା

ନୂଆଖାଇରେ ବିଭିନ୍ନ ଗଛର ପତ୍ରର ବହୁଳ ବ୍ୟବହାର କରାଯାଏ । ଯାହା ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ଏକ ବିଶେଷ ସଂପର୍କକୁ ଦର୍ଶାଇଥାଏ ।

ଡିଜାଇନ ଫଟୋ
author img

By

Published : Aug 25, 2019, 10:59 PM IST

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ପ୍ରକୃତି ଓ ମଣିଷର ସଂପର୍କ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ବିଶେଷକରି ଏହି ପର୍ବରେ ବ୍ୟବହାର ହେଉଥିବା ପତ୍ରରେ ଚାଷୀ ନିଜ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ଇଷ୍ଟ ଦେବଦେବୀଙ୍କ ପାଖରେ ସମର୍ପଣ କରିଥାଏ । ଜୀବନ ଯାପନ ଠାରୁ ଆରମ୍ଭ କରି ପୂଜାବିଧି ପର୍ବପର୍ବାଣୀରେ ମଣିଷ ପ୍ରକୃତିକୁ କେତେ ଆପଣାର କରିଛି ତାହା ଏଇ ନୂଆଖାଇରୁ ହିଁ ଜଣାପଡେ। ବିଭିନ୍ନ ସଂପ୍ରଦାୟର ଲୋକେ ଏହି ପର୍ବରେ ଭିନ୍ନ ଭିନ୍ନ ପତ୍ର ବ୍ୟବହାର କରିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବହୁ ବର୍ଷ ପୂର୍ବରୁ ସୋନପୁର ଗଡଜାତର ଲୋକେ ଆନନ୍ଦ ଉତ୍ସାହର ସହିତ ନୂଆଖାଇ ପର୍ବକୁ ପାଳନ କରିଆସୁଛନ୍ତି । ଆଉ ଏହି ପର୍ବର ବିଶେଷତ୍ବ ହେଲା ନୂଆଁଖାଇରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର ପତ୍ର । ଚାଷୀ ଉତ୍ପାଦିତ ଶସ୍ୟକୁ ପୂଜା ବିଧି କରି ଆଣିବା ପରେ ଗୃହିଣୀମାନେ ନବାର୍ଣ୍ଣ ପ୍ରସ୍ତୁତ କରି ନିଜ ଇଷ୍ଟଦେବୀଙ୍କ ପାଖରେ ସମର୍ପଣ କରିବା ପାଇଁ ପତ୍ର ସଂଗ୍ରହ କରିଥାନ୍ତି । ବୃକ୍ଷ ଉପାସନା କରି ସଂଗୃହୀତ ପତ୍ରରେ ବର୍ଷର ପହିଲି ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରି ସାରା ପରିବାର ସହିତ ନବାର୍ଣ୍ଣ ଭକ୍ଷଣ କରିଥାନ୍ତି ।

ନବାର୍ଣ୍ଣ ପାଳନ ପାଇଁ କିଛି ଦିନ ପୂର୍ବରୁ ହିଁ ପତ୍ର ସଂଗ୍ରହ କରାଯାଏ । ସଂଗୃହୀତ ନିର୍ଦ୍ଦିଷ୍ଟ ପ୍ରକାରର ପତ୍ରରେ ଗୃହିଣୀମାନେ ଦନା ତିଆରି କରି ଇଷ୍ଟଦେବୀଙ୍କ ପାଖରେ ନବାର୍ଣ୍ଣ ସାଙ୍ଗକୁ ଭୋଗ ଅର୍ପଣ କରିଥାନ୍ତି । ବିଭିନ୍ନ ସଂପ୍ରଦାୟର ଲୋକେ ଭିନ୍ନ ଭିନ୍ନ ପତ୍ରର ବ୍ୟବହାର କରୁଥିଲେ ହେଁ ଇଷ୍ଟଦେବୀଙ୍କୁ ପତ୍ରରେ ନବାର୍ଣ୍ଣ ସମର୍ପଣ କରିବା ପରମ୍ପରା ଆଜି ବି ଅତୁଟ ରହିଛି । ନୂଆଖାଇରେ ସରଗୀ, ପଲସା, ମହୁଲ, କୁରେଇ, ଭଲିଆ ଆଦି ଗଛର ପତ୍ର ବ୍ୟବହାର କରାଯାଇଥାଏ ।

ଭାଦ୍ରବ ମାସରେ ଚାଷୀର ନିଅଣ୍ଟିଆ ଅର୍ଥନୈତିକ ଅବସ୍ଥା ଭିତରେ ନୂଆଖାଇ ସମସ୍ତଙ୍କ ପାଇଁ ବେଶ ଉତ୍ସାହ ଆଣେ। ଆଉ ଏହି ପର୍ବରେ ପ୍ରକୃତିରୁ ସଂଗୃହୀତ ବିଭିନ୍ନ ପ୍ରକାରର ପତ୍ରର ବ୍ୟବହାର ମଣିଷ ସହିତ ପ୍ରକୃତିର ଭାବଗତ ସଂପର୍କକୁ ପ୍ରତିଫଳିତ କରିପାରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Intro:ଏଙ୍କର-ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ପ୍ରକୃତି ଓ ମଣିଷର ସଂପର୍କ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।ବିଶେଷକରି ଏହି ପର୍ବରେ ବ୍ୟବହାର ହେଉଥିବା ପତ୍ରରେ ଚାଷୀ ନିଜ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ଇଷ୍ଟ ଦେବଦେବୀଙ୍କ ପାଖରେ ସମର୍ପଣ କରିଥାଏ ।ସାଧାରଣ ଜୀବନ ଯାପନ ଠାରୁ ଆରମ୍ଭ କରି ପୂଜାବିଧି ପର୍ବପର୍ବାଣୀରେ ମଣିଷ ପ୍ରକୃତିକୁ କେତେ ଆପଣାର କରିଛି ତାହା ଏଇ ନୂଆଁଖାଇରୁ ହିଁ ଜଣାପଡେ ।ବିଭିନ୍ନ ସଂପ୍ରଦାୟର ଲୋକେ ଏହି ପର୍ବରେ ଭିନ୍ନ ଭିନ୍ନ ପତ୍ର ବ୍ୟବହାର କରୁଥିଲେ ହେଁ ବିଭିନ୍ନତା ଭିତରେ ପ୍ରକୃତି ହିଁ ଏକତା ସୃଷ୍ଟି କରିଛି ।Body:ଭିଓ-1-କାହିଁ କେତେ ଦିନରୁ ସୋନପୁର ଗଡଜାତର ଲୋକେ ଆନନ୍ଦ ଉତ୍ସାହର ସହିତ ନୂଆଁଖାଇ ପର୍ବକୁ ପାଳନ କରିଆସୁଛନ୍ତି ।ଆଉ ଏହି ପର୍ବର ବିଶେଷତ୍ବ ହେଲା ନୂଆଁଖାଇରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର ପତ୍ର ।ଚାଷୀ ଉତ୍ପାଦିତ ଶସ୍ୟକୁ ପୂଜା ବିଧି କରି ଆଣିବା ପରେ ଗୃହିଣୀମାନେ ନବାର୍ଣ୍ଣ ପ୍ରସ୍ତୁତ କରି ନିଜ ଇଷ୍ଟଦେବୀଙ୍କ ପାଖରେ ସମର୍ପଣ କରିବା ପାଇଁ ପତ୍ର ସଂଗ୍ରହ କରିଥାନ୍ତି ।ବୃକ୍ଷ ଉପାସନା କରି ସଂଗୃହିତ ପତ୍ରରେ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରି ସାରା ପରିବାର ସହିତ ନବାର୍ଣ୍ଣ ଭକ୍ଷଣ କରିଥାନ୍ତି ।
ବାଇଟ-1-ସରସ୍ବତୀ ନାଏକ ,ଗୃହିଣୀ ,ସୁବର୍ଣ୍ଣପୁର ।
ଭିଓ-2-ନବାର୍ଣ୍ଣ ପାଳନ ପାଇଁ କିଛି ଦିନ ପୂର୍ବରୁ ହିଁ ପତ୍ର ସଂଗ୍ରହ କରାଯାଏ ।ସଂଗୃହିତ ନିର୍ଦ୍ଦିଷ୍ଟ ପ୍ରକାରର ପତ୍ରରେ ଗୃହିଣୀମାନେ ଖଲି ଦନା ଖୁର୍ଡା ଆଦି ତିଆରି କରି ଇଷ୍ଟଦେବୀଙ୍କ ପାଖରେ ନବାର୍ଣ୍ଣ ସାଂଗକୁ ଭୋଗ ଅର୍ପଣ କରିଥାନ୍ତି ।ବିଭିନ୍ନ ସଂପ୍ରଦାୟର ଲୋକେ ଭିନ୍ନ ଭିନ୍ନ ପତ୍ରର ବ୍ୟବହାର କରୁଥିଲେ ହେଁ ଇଷ୍ଟଦେବୀଙ୍କୁ ପତ୍ରରେ ନବାର୍ଣ୍ଣ ସମର୍ପଣ କରିବା ପରଂପରା ଆଜି ବି ଅତୁଟ ରହିଛି ।
ବାଇଟ-2-ଅନନ୍ତ ନେଗୀ ,ସ୍ଥାନୀୟ ବାସିନ୍ଦା ,ସୁବର୍ଣ୍ଣପୁର ।
ବାଇଟ-3-ଗଦାଧର ବାରିକ ,ଲୋକ ସଂସ୍କୃତି ଗବେଷକ ,ସୁବର୍ଣ୍ଣପୁର ।
ଭିଓ-3-ଆଜି ବି ପଶ୍ଚିମ ଓଡିଶାର କରମା ,ଡାଲପୂଜା ଆଦି ପର୍ବରେ ବୃକ୍ଷ ଉପାସନାର ପରଂପରା ରହିଛି ।ସେହିପରି ନୂଆଁଖାଇରେ ସରଗୀ ,ପଲସା ,ମହୁଲ ,କୁରେଇ ,ଭଲିଆ ଆଦି ପତ୍ରର ବ୍ୟବହାର ମଣିଷ ସହିତ ପ୍ରକୃତିର ଭାବଗତ ସଂପର୍କକୁ ପ୍ରତିଫଳିତ କରି ପାରିଛି ।
ବାଇଟ-4-ସୁଦାମ ନାଏକ ,ଐତିହାସୀକ ,ସୁବର୍ଣ୍ଣପୁରConclusion:ଫାଭିଓ-ଭୁଦୋମାସରେ ଚାଷୀର ନିଅଣ୍ଟିଆ ଅର୍ଥନୈତିକ ଅବସ୍ଥା ଭିତରେ ନୂଆଁଖାଇ ସମସ୍ତଙ୍କ ପାଇଁ ବେଶ ଉତ୍ସାହ ଆଣେ ।ଆଉ ଏହି ପର୍ବରେ ପ୍ରକୃତିରୁ ସଂଗୃହିତ ବିଭିନ୍ନ ପ୍ରକାରର ପତ୍ରର ବ୍ୟବହାର ଏହି ସମାଜକୁ ବିଭିନ୍ନତା ଭିତରେ ଏକତାର ବାର୍ତ୍ତା ଦିଏ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇ ଟିଭି ଭାରତ ଓଡିଆ ନ୍ୟୁଜ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.