ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ପୋଲିସ କର୍ମଚାରୀଙ୍କ ଅଭାବ । ବିଶେଷକରି ବୀରମହାରାଜପୁର ସଦର ଥାନାରେ ପୋଲିସ କର୍ମଚାରୀଙ୍କ ଅଭାବ ଯୋଗୁଁ ଅନେକ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖା ଦେଉଛି । ଚୋରୀ, ଡକାୟତି, ରାହାଜାନୀ ଆଦି ବଢି ବଢି ଚାଲିଛି ।
ତେବେ ଏହି ଥାନା ଅଧିନରେ ହରିହର ଯୋର ଓ ହିକୁଡି ଆଦି ଗୁରତ୍ବପୂର୍ଣ୍ଣ ଯାଗାରେ ଫାଣ୍ଡି ରହିଛି । ହେଲେ ବି ପୋଲିସ କର୍ମଚାରୀଙ୍କ ଅଭାବ ଯୋଗୁଁ ଜନସାଧାରଣ ଆବଶ୍ୟକ ନ୍ୟାୟ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ଗୁଳିକାଣ୍ଡ ,ଡକାୟତି ପରି ବଡ ବଡ ଘଟଣା ଦିନକୁ ଦିନ ବଢି ଚାଲିଥିବା ବେଳେ ଘଟଣାଗୁଡିକର ସମାଧାନ କରିବାରେ ପୋଲିସ ବିଫଳ ହେଉଛି । ଫଳରେ ଜନ ଅସନ୍ତୋଷ ବଢି ଚାଲିଛି ।
ଏଠାରେ କନିଷ୍ଠ ଥାନା ଅଧିକାରୀ (ଏ ଏସ ଆଇ ) ପରି ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡିଛି । ଏହି ଥାନା ଅଧିନରେ ବୀରମହାରାଜପୁର ବ୍ଳକ ଓ ଉଲୁଣ୍ଡା ବ୍ଳକର ଅନେକ ଅଞ୍ଚଳ ରହିଛି । ଯେଉଁଠାରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି । ତେବେ ବୀରମହାରାଜପୁର ଆଦର୍ଶ ଥାନ ଭାବେ ଘୋଷଣା କରିଥିଲେ ହେଁ ଆବଶ୍ୟକ ପୋଲିସ କର୍ମଚାରୀ ନ ଥିବାରୁ ଜନଅସନ୍ତୋଷ ଲାଗି ରହିଛି । ତୁରନ୍ତ ପଦ ପଦବୀ ପୂରଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ବିଜେପି ଚେତାବନୀ ଦେଇଛି । ଅପରପକ୍ଷରେ ପୋଲିସ କର୍ମଚାରୀଙ୍କ ଅଭାବ କଥାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବୀକାର କରିଥିବା ବେଳେ ଏହା ଡିଜିଙ୍କ ଦୃଷ୍ଟିକୁ ଅଣାଯାଇଛି ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ