ETV Bharat / state

ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ବୟ ଅଭାବ, ଫସିଲେ 54 ପରିବାର

author img

By

Published : Jun 29, 2021, 7:37 PM IST

ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ବୟ ଅଭାବରୁ ଜଙ୍ଗଲ ଜମିରେ ବସବାସ କରୁଥିବା 54 ପରିବାର ନିଜ ବାସସ୍ଥାନ ହରାଇବା ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଅଧିକ ପଢନ୍ତୁ...

subarnapur
ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ବୟ ଅଭାବ,ଫସିଲେ 54ଟି ପରିବାର

ସୁବର୍ଣ୍ଣପୁର: ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ବୟ ଅଭାବରୁ ଜଙ୍ଗଲ ଜମିରେ ବସବାସ କରୁଥିବା ପରିବାର ନିଜ ବାସସ୍ଥାନ ହରାଇବା ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଏ ଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବଳପଦର ପଞ୍ଚାୟତର ଭାଲୁ ଡୁଙ୍ଗୁରି ଗାଁରେ । ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବନ୍ଦୀ ହେବାକୁ ଯାଉଛନ୍ତି 54 ପରିବାରର ଶତାଧିକ ଲୋକ।

ଦୀର୍ଘ ଦିନରୁ ସରକାର ଗରିବ ଲୋକଙ୍କୁ ଘରଡ଼ିହ ଓ ଚାଷ ଜମି ଯୋଗାଇ ଦେଇଛି। ହେଲେ ଏବେ ପଞ୍ଚମ ବନ୍ଦୋବସ୍ତ ସମୟରେ ଭାଲୁ ଡୁଙ୍ଗୁରିର 54ଟି ପରିବାର ରହୁଥିବା ସ୍ଥାନ ଜଙ୍ଗଲ କିସମ ବୋଲି ନିର୍ଧାରିତ ହୋଇଥିବା ଜଣାପଡିଛି। ତେବେ ଭାଲୁ ଡୁଙ୍ଗୁରିକୁ ରାସ୍ତା କରାଯାଇଛି ନଳକୂପ, ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟୁତ ଯୋଗାଣ କରାଯାଇଛି। ଏବେ କିନ୍ତୁ ଏହି ପରିବାର ଗୁଡ଼ିକ ରହୁଥିବା ସ୍ଥାନକୁ ଜଙ୍ଗଲ ଜମି ବୋଲି ବନ ବିଭାଗ ବାଡ଼ ଦେଇ ଘେରିବାକୁ ଯାଉଛି। ତେବେ ରାଜସ୍ବ ବିଭାଗ ଓ ବନ ବିଭାଗର ସମନ୍ବୟର ଅଭାବ ଯୋଗୁଁ ବଳି ପଡ଼ିବାକୁ ଯାଉଛନ୍ତି 54ଟି ନିରୀହ ପରିବାର। ଏହାର ସମାଧାନ ପାଇଁ ସ୍ବେଚ୍ଛାସେବୀ ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଗାଁ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତ ।

କେନ୍ଦ୍ର ସରକାରଙ୍କ ପ୍ରଣୀତ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଏହି ସମସ୍ୟା ସମାଧାନ ନ ହେବା ଯାଏଁ ଗାଁ ଲୋକଙ୍କ ଉପରେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଆଇନତଃ ନେଇ ପାରିବେ ନାହିଁ । ଏହାକୁ ବନ ଅଧିକାରୀ ହୃଦବୋଧ କରିବା ଆବଶ୍ୟକ ବୋଲି ପରିବେଶବିତ ଘାସିରାମ ପଣ୍ଡା କହିଛନ୍ତି। ଅପରପକ୍ଷରେ ଗାଁ ଲୋକ ଓ ପ୍ରଶାସନର ଆଲୋଚନା ପରେ ହିଁ ଏହି ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.