ETV Bharat / state

ଆସନ୍ତାକାଲି ଶ୍ରମିକ ଦିବସ: ଶୋଷଣ ବିରୁଦ୍ଧରେ ହେବ ପ୍ରତିବାଦ

ଆସନ୍ତାକାଲି(ମେ ୧) ଶ୍ରମିକ ଦିବସ । ଶ୍ରମିକ ଶୋଷଣ ବିରୋଧରେ ହେବ ପ୍ରତିବାଦ । ଅଧିକ ପଢନ୍ତୁ

author img

By

Published : Apr 30, 2022, 12:03 PM IST

ଆସନ୍ତାକାଲି ଶ୍ରମିକ ଦିବସ: ଶ୍ରମିକ ଶୋଷଣ ବିରୁଦ୍ଧରେ ହେବ ପ୍ରତିବାଦ

ସୁବର୍ଣ୍ଣପୁର: ମେ ପହିଲାକୁ ସାରା ବିଶ୍ବର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥାନ୍ତି । ଶ୍ରମିକ ଦିବସ ଅବସରରେ ଶ୍ରମିକମାନେ ନିଜର ଦାବି ଉପସ୍ଥାପନ କରିବେ । ଶ୍ରମିକ ଶୋଷଣରୁ କମ୍ପାନୀ କର୍ତ୍ତୃପକ୍ଷ ନିବୃତ୍ତ ରହିବା ସହିତ ଶ୍ରମିକ ଅଧିକାରକୁ ସମ୍ନାନ ଦେବା ପାଇଁ ସଂଘ ପକ୍ଷରୁ ଚାପ ସୃଷ୍ଟି କରାଯିବ ବୋଲି ଶ୍ରମିକ ସଂଘ ସଭାପତି ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଶିଳ୍ପ ବାଲାଜୀ ଗଣପତି ସ୍ପିନିଂ ମିଲ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହିତ ଅଧିକରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ ସଂଘ ବୈଠକରେ ନିଷ୍ପତ୍ତି ହୋଇଛି । ଦିନ ଥିଲା ପ୍ରାୟ 1200 ଶ୍ରମିକ ଓ 300ରୁ ଅଧିକ କର୍ମଚାରୀ ଏହି ସୂତାକଳରେ କାମ କରୁଥିଲେ । ହେଲେ ସୂତାକଳ ଘରୋଇ କରଣ କରିବା ପରେ ଅନେକ ସମୟରେ ବନ୍ଦ ରହୁଛି ।

ଭୟଙ୍କର କୋରୋନା ସମୟରେ ପ୍ରାୟ ଦେଢ ବର୍ଷ ଧରି ବନ୍ଦ ହୋଇ ପଡିଥିବା ସୂତାକଳ ପୁଣି କାର୍ଯ୍ୟକ୍ଷମ ହୋଇଥିଲେ ବି ହାତଗଣତି ଶ୍ରମିକ, କର୍ମଚାରୀଙ୍କୁ ନେଇ ସୂତାକଳ ଚାଲିଥିବା ଅଭିଯୋଗ ହେଉଛି । ସୂତାକଳର ପୁରୁଣା ମେସିନ ବଦଳେଇବା ସହିତ ପରିଚାଳାନା ଗତ ତ୍ରୁଟି ସୁଧାରି ଶ୍ରମିକମାନଙ୍କୁ ବର୍ଷସାରା କାମ ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ଶ୍ରମିକ ଦିବସରେ ଶ୍ରମିକ ଶୋଷଣ ବିରୋଧରେ ଶ୍ରମିକ ସଂଗଠନ ହାଲ୍ଲାବୋଲ କରିବା ପାଇଁ ପ୍ରସ୍ତୁତ ରହିଛି । ଶ୍ରମିକଙ୍କ ସ୍ବାର୍ଥ ପ୍ରତି ପରିଚାଳନା ବୋର୍ଡ ଧ୍ୟାନ ନ ଦେଲେ ଆନ୍ଦୋଳନକୁ ବ୍ୟାପକ କରିବାର ପାଇଁ ଶ୍ରମିକ ସଂଘ ନିଷ୍ପତ୍ତି ନେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.