ETV Bharat / state

କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବି କରି ଆନ୍ଦୋଳନ - koshli language

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୋଶଳୀ ଭାଷାକୁ ସାମିଲ କରିବା ପାଇଁ କୋଶଳୀ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ । ଶତାଧିକ କୋଶଳୀ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Nov 10, 2019, 2:44 PM IST

ସୁବର୍ଣ୍ଣପୁର: ତରଭା କୋଶଳୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭାଷା ଆନ୍ଦୋଳନ । କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବି କରି ଓ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୋଶଳୀ ଭାଷାକୁ ସାମିଲ କରିବା ପାଇଁ ଆନ୍ଦୋଳନ ଆରମ୍ଭ କରାଯାଇଛି ।

ସୁବର୍ଣ୍ଣପୁର ସହରର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଆନ୍ଦୋଳନକାରୀ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ କୋଶଳୀ ଭାଷାର ସ୍ଲୋଗାନ ଦେଇ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିଛନ୍ତି । ପୂର୍ବରୁ ଅନେକ ଥର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦେବା ପାଇଁ ଦାବି କରାଯାଇଛି । କୋଶଳୀ କ୍ରିୟାନୁଷ୍ଠାନ କମିଟିର ସଭାପତି ଦେବେନ୍ଦ୍ର ନାୟକଙ୍କ ନେତୃତ୍ବରେ ଶତାଧିକ କୋଶଳୀ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

କୋଶଳୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୋଶଳୀ ଭାଷା ସାହିତ୍ୟ ଉପରେ ଅନେକ ପୁସ୍ତକ ପ୍ରକାଶ କରିବା ସହିତ ଆନ୍ଦୋଳନକୁ ବ୍ୟାପକ କରାଯାଇଛି । କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନ ଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ତରଭା କୋଶଳୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭାଷା ଆନ୍ଦୋଳନ ଜୋର ଧରିଛି।କୋଶଳୀ କ୍ରିୟାନୁଷ୍ଠାନ କମିଟିର ସଭାପତି ଦେବେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଶତାଧିକ କୋଶଳୀ ସାହିତ୍ୟ ପ୍ରେମୀ , ବୁଦ୍ଧିଜୀବୀ , ସାମ୍ବାଦିକ ଓ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।ଆଜି ସୁବର୍ଣ୍ଣପୁର ସହରର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି।ଆନ୍ଦୋଳନକାରୀ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ କୋଶଳୀ ସ୍ଲୋଗାନ ଦେଇ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିଛନ୍ତି।ସମ୍ବିଧାନର ଅଷ୍ଟମ ଅନୁଛେଦରେ କୋଶଳୀ ଭାଷାକୁ ସାମିଲ କରିବା ପାଇଁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି।Body:ପୂର୍ବରୁ ଅନେକବାର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ କୋଶଳୀ ଭାଷା କୁ ସାମ୍ବିଧାନିକ ସ୍ବୀକୃତି ଦେବା ପାଇଁ ଦାବି ହୋଇଛି।ଏବେ କୋଶଳୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୋଶଳୀ ଭାଷା ସାହିତ୍ୟ ଉପରେ ଅନେକ ପୁସ୍ତକ ପ୍ରକାଶ କରିବା ସହିତ ଆନ୍ଦୋଳନକୁ ବ୍ୟାପକ କରାଯାଇଛି।Conclusion:କୋଶଳୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ନ ଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.