ETV Bharat / state

ଗୋ ସମ୍ପଦର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା କେଶରିଆ ହିନ୍ଦୁ ବାହିନୀ - subaranapur district news

କେଶରିଆ ହିନ୍ଦୁ ବାହିନୀର ରାଷ୍ଟ୍ରୀୟ ସଭାପତି ଅତୁଲ କୁମାର ମିଶ୍ର ଦିନିକିଆ ସୁବର୍ଣ୍ଣପୁର ଗସ୍ତ କରିଛନ୍ତି । ଗୋସମ୍ପଦର ସୁରକ୍ଷା ଉପରେ ଆୟୋଜିତ ବୈଠକରେ ହେଲା ଆଲୋଚନା । ଅଧିକ ପଢନ୍ତୁ...

ଗୋ ସମ୍ପଦର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା କେଶରିଆ ହିନ୍ଦୁ ବାହିନୀ

author img

By

Published : Jul 11, 2021, 5:57 PM IST

ସୁବର୍ଣ୍ଣପୁର: କେଶରିଆ ହିନ୍ଦୁ ବାହିନୀର ରାଷ୍ଟ୍ରୀୟ ସଭାପତି ଅତୁଲ କୁମାର ମିଶ୍ର ଦିନିକିଆ ସୁବର୍ଣ୍ଣପୁର ଗସ୍ତ କରିଛନ୍ତି । ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ରଙ୍କ ନେତୃତ୍ବରେ ଶତାଧିକ କାର୍ଯ୍ୟକର୍ତ୍ତା ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ବାଗତ କରିଛନ୍ତି । ଆଜି ସହରର ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶାଖାର ବୈଠକରେ ରାଷ୍ଟ୍ରୀୟ ସଭାପତି ଓ ରାଜ୍ୟ ସଭାପତି ସନ୍ତୋଷ ବଳ ଯୋଗଦେଇ ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବା ସହିତ ଜନଜାଗରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଗୋ ସମ୍ପଦର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା କେଶରିଆ ହିନ୍ଦୁ ବାହିନୀ

ଜିଲ୍ଲାରେ ବିଗତ ଦିନରେ ଗୋରୁ ଚାଲାଣ ହୋଇଥିବା ଘଟଣାଗୁଡିକୁ ରାଷ୍ଟ୍ରୀୟ ସଭାପତି ନିନ୍ଦା କରିବା ସହିତ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଦୋଷାରୋପ କରିଛନ୍ତି । ସେହିପରି ଗୋ ସମ୍ପଦର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ସହିତ ଏହାର ବୃଦ୍ଧି ପାଇଁ ଜନ ଜାଗରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବା ସହିତ ଗୋ ସମ୍ପଦ ସୁରକ୍ଷା ଓ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ପାଇଁ କହିଛନ୍ତି । ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଭାପତି ଗୋ ସମ୍ପଦର ସୁରକ୍ଷା ସମ୍ପର୍କରେ ସଂଗଠନର ଯୋଜନା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.