ETV Bharat / state

ଜନକପୁର ପ୍ରାଥମିକ ବିଦ୍ୟାଳୟରେ ପଡିବ ତାଲା, ପ୍ରତିବାଦ କଲେ ଗ୍ରାମବାସୀ

author img

By

Published : Nov 9, 2020, 5:26 PM IST

ସୁବର୍ଣ୍ଣପୁର ତରଭା ବ୍ଲକ ଜନକପୁର ଗାଁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏହାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଅଧିକ ପଢ଼ନ୍ତୁ...

ଜନକପୁର ପ୍ରାଥମିକ ବିଦ୍ୟାଳୟରେ ପଡିବ ତାଲା, ପ୍ରତିବାଦ କଲେ ଗ୍ରାମବାସୀ
ଜନକପୁର ପ୍ରାଥମିକ ବିଦ୍ୟାଳୟରେ ପଡିବ ତାଲା, ପ୍ରତିବାଦ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ବିଦ୍ୟାଳୟରେ ବନ୍ଦ କରିବା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ସୁବର୍ଣ୍ଣପୁର ତରଭା ବ୍ଲକ ଜନକପୁର ଗାଁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏହାକୁ ନେଇ ସ୍ଥାନୀୟ ଅଭିଭାବକମାନେ ବିରୋଧ କରିଛନ୍ତି। ଏହାସହ ଦାବି ସମ୍ପର୍କିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ଜନକପୁର ଗାଁ ପ୍ରାଥମିକ ବିଦ୍ୟାଳୟରେ 20 ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। 50 ବର୍ଷ ହେଲା ଏହି ସ୍କୁଲ ଏଠାରେ ରହିଛି। ଏହି ସ୍କୁଲ ଛଡ଼ା ଆଖପାଖ ଅଞ୍ଚଳରେ ଆଉ ସ୍କୁଲ ନଥିବା ସୂଚନା ମିଳିଛି। ଜନକପୁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେଲେ କିଭଳି ପିଲାମାନେ ପାଠ ପଢ଼ିବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

ଏହାଛଡ଼ା କିଛି ଦୂରରେ ଥିବା ଅନ୍ୟ ଏକ ସ୍କୁଲ ଯିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜାତୀୟ ରାଜପଥ ଅତିକ୍ରମ କରିବାକୁ ପଡ଼ିବ। ତରଭା-କଳାହାଣ୍ଡି ଏହି ରାଜପଥରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ମାଲ ଵୋଝେଇ ଭାରି ଯାନ ଯିବାଆସିବା କରୁଛି। ଦୁର୍ଘଟଣା ହେବାର ଆଶଙ୍କା ଜାହିର କରିଛନ୍ତି ଅବିଭାଭକ। ଜଙ୍ଗଲିଆ ଅଞ୍ଚଳ ହୋଇଥିବାରୁ ବନ୍ୟଜନ୍ତୁଙ୍କ ଭୟ ବି ରହିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଏନେଇ ଜନକପୁର ୱାର୍ଡମେମ୍ବର ବେଲାର ସିଂ ଶର୍ମାଙ୍କ ନେତୃତ୍ବରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ବିକ୍ଷୋଭ ପ୍ରଦର୍ଶନ ଅବିଭାବକମାନେ କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗର ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି। ଏନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.