ସୁବର୍ଣ୍ଣପୁର: କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚାଷ ଜମିକୁ ଛୋଟ ଛୋଟ ପ୍ରକଳ୍ପ ମାଧ୍ୟମରେ ଜଳସେଚନ କରାଯାଉଛି । ବିଶେଷ କରି ସୂବର୍ଣ୍ଣପୁର ଜିଲ୍ଲାର ଗାଁ ଗୁଡିକରେ ଥିବା ଛୋଟ ଛୋଟ ନାଳ, ଯୋର ଓ ବଡ ପୋଖରୀ ଗୁଡିକରେ ଜଳ ସଂରକ୍ଷଣ କରି ଚାଷ ଜମିକୁ ଜଳସେଚନ କରାଯାଉଛି ।
ଯାହାକି ଚାଷୀମାନଙ୍କ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଛନ୍ତି । ଜିଲ୍ଲାର ଅଣ ଜଳସେଚିତ ଉଲୁଣ୍ଡା, ବିରମହରାଜପୁର, ତରଭା ଓ ସୋନପୁର ସଦର ବ୍ଲକରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକର ଭୂମିକା ବେଶ ଗୁରୁତ୍ବପୁର୍ଣ୍ଣ ବୋଲି କହିଛନ୍ତି । ମଙ୍ଗଳବାର ପାଣି ପଞ୍ଚାୟତ ପକ୍ଷ ପାଳନକୁ ଉଦଘାଟନ କରି କୃଷି ସମ୍ପର୍କିତ ବିଭିନ୍ନ ବିଭାଗର ପ୍ରଦର୍ଶନୀକୁ ମନ୍ତ୍ରୀ ବୁଲି ଦେଖିବା ସହିତ ଚାଷି ଓ ଚାଷର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଓ କ୍ଷୁଦ୍ର ଜଳସେଚନ ବିଭାଗକୁ ନିର୍ଦେଶ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ