ETV Bharat / state

ପ୍ରଶାସନିକ ଅବହେଳାରୁ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗ - ପିଏମ ଆବାସ ଯୋଜନା

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଶାସନିକ ତଦାରଖ ଅଭାବରୁ ବିକାଶ ମୂଳକ କାର୍ଯ୍ୟରେ ଅନିୟମିତତା ହୋଇଥିବା ନଜରକୁ ଆସିଛି । ଅଧିକ ପଢନ୍ତୁ...

ପ୍ରଶାସନିକ ଅବହେଳାରୁ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା
author img

By

Published : Apr 22, 2021, 11:58 AM IST

ସୁବର୍ଣ୍ଣପୁର:ବୀରମହାରାଜପୁର ପଞ୍ଚାୟତ ସମିତିରେ ପ୍ରଶାସନିକ ତଦାରଖ ଅଭାବରୁ ବିକାଶ ମୂଳକ କାର୍ଯ୍ୟରେ ଅନିୟମିତତା ହୋଇଥିବା ନଜରକୁ ଆସିଛି । ପିଏମ ଆବାସ ଯୋଜନା ଓ ମନରେଗା ଯୋଜନାରେ ଅନିୟମିତତା ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା
ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା

ଗରିବ ଲୋକଙ୍କୁ କର୍ମ ନିଯୁକ୍ତି କରିବା ପାଇଁ ସରକାରଙ୍କ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ହୋଇଥିବା କାର୍ଯ୍ୟ ଗାଁ ପୋଖରୀରେ ଅନେକ ଯୋଜନାରୁ ଅନୁଦାନ ଦେଇ କାର୍ଯ୍ୟ କରାଯାଇଥିବା ଏପିଡିଙ୍କ ତଦନ୍ତ ବେଳେ ଜଣାପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପୂର୍ଣ୍ଣ ନ ହୋଇ ବିଲ ହୋଇଥିବା ,ୱେଟିଂ ଲିଷ୍ଟରେ ଥିଲେ ବି ଆବାସ କାର୍ଯ୍ୟାଦେଶ ମିଳିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି ।

ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ ବିଡିଓ ,ସହକାରୀ ଯନ୍ତ୍ରୀ ,ଏପିଓ, ସଂଗ୍ରାମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଡିପିଟିଏ ଓ ଜିଆରଏସଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ସାତ ଦିନ ଭିତରେ କାରଣ ନ ଦର୍ଶାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ସରକାରୀ ବାବୁମାନଙ୍କୁ କାରଣ ଦର୍ଶାଅ ନୋଟିସ ମିଳିବା ପରେ ଆହୁରି ଅନିୟମିତତାର ଗୁମର ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.