ETV Bharat / state

ଲୁହା ପୋଲ କାଟି ଚୋରି ଉଦ୍ୟମ, ଧରାପଡିଲା ଦୁର୍ବୃତ୍ତ

ଉଲୁଣ୍ଡା ଥାନା ଅଞ୍ଚଳରୁ ଲୁହା ବିଦ୍ୟୁତ ଖୁଣ୍ଟି ଚୋରି କରୁଥିବା ଏକ ଚୋର ଦଳ ସକ୍ରିୟ ହୋଇଛନ୍ତି । ମାଟୁପାଲି ଗାଁ ପାଖରେ ଲୁହା ବିଦ୍ୟୁତ ଖୁଣ୍ଟି ଚୋରି କରୁଥିବା ବେଳେ ଗାଁ ଲୋକେ ଜଣେ ଚୋରକୁ କାବୁ କରି ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି । ଅଧିକ ପଢନ୍ତୁ...

ଲୁହା ପୋଲ କାଟି ଚୋରି ଉଦ୍ୟମ, ଧରାପଡିଲା ଦୁର୍ବୃତ୍ତ
ଲୁହା ପୋଲ କାଟି ଚୋରି ଉଦ୍ୟମ, ଧରାପଡିଲା ଦୁର୍ବୃତ୍ତ
author img

By

Published : May 9, 2021, 8:28 AM IST

ସୁବର୍ଣ୍ଣପୁର:ଉଲୁଣ୍ଡା ଥାନା ଅଞ୍ଚଳରୁ ଲୁହା ବିଦ୍ୟୁତ ଖୁଣ୍ଟି ଚୋରି କରୁଥିବା ଏକ ଚୋର ଦଳ ସକ୍ରିୟ ହୋଇଛନ୍ତି । ମାଟୁପାଲି ଗାଁ ପାଖରେ ଲୁହା ବିଦ୍ୟୁତ ଖୁଣ୍ଟି ଚୋରି କରୁଥିବା ବେଳେ ଗାଁ ଲୋକେ ଜଣେ ଚୋରକୁ କାବୁ କରି ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି । ବାକି 4 ଜଣ ଫେରାର ହୋଇ ଯାଇଛନ୍ତି । ଚୋରି କାମରେ ବ୍ୟବହାର ହେଉଥିବା ଗୋଟିଏ ବୋଲେରୋ ଗାଡି ଓ ଗ୍ୟାସ୍ କଟର ମଧ୍ୟ ଜବତ କରାଯାଇଛି ।

ଲୁହା ପୋଲ କାଟି ଚୋରି ଉଦ୍ୟମ, ଧରାପଡିଲା ଦୁର୍ବୃତ୍ତ

ଉଲୁଣ୍ଡା ଅଞ୍ଚଳରେ ନୂତନ ଗ୍ରୀଡ଼ କାମ ପାଇଁ ପୋତାଯାଇ ଥିବା ଲୁହା ବିଦ୍ୟୁତ ଖୁଣ୍ଟିକୁ ଗ୍ୟାସ୍ କଟର ମାଧ୍ୟମରେ କାଟି ଚୋରି କରୁଥିଲେ । ଏହି ଚୋର ଦଳ ମାଟୁପାଲି ଠାରେ ଲୁହା ବିଦ୍ୟୁତ ଖୁଣ୍ଟ ଗ୍ୟାସ୍ କଟର ଦ୍ବାରା କାଟୁଥିବା ବେଳେ ଲୋକେ ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କୁ ଦେଖି ଚାରି ଜଣ ଫେରାର ମାରିଥିବା ବେଳେ ଜଣେ ଗାଁ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲା । ପୂର୍ବରୁ ମଧ୍ୟ ଲୁହା ବିଦ୍ୟୁତ ଖୁଣ୍ଟି ଚୋରି ନେଇ ଉଲୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିଲା । ଉଲୁଣ୍ଡା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଅନ୍ୟ ଫେରାର ଅଭିଯୁକ୍ତଙ୍କ ଅନୁସନ୍ଧାନ କରୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.