ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଲକର କେଞ୍ଝରିଆପାଲି ଗ୍ରାମରେ ଦେଖିବାକୁ ମିଳିଛି ଏକ କୌତୁହଳ ଘଟଣା । ଗତ ସୋମବାର ରାତିରେ ପ୍ରେମିକ ରବିନ୍ଦ୍ର ପ୍ରେମିକା ସନ୍ତୋଷିନୀଙ୍କୁ ଦେଖା କରିବାକୁ ଯାଇଥିବାବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଥିଲେ । ପରେ ଗାଁ ଲୋକେ ସଙ୍ଗେ ସଙ୍ଗେ ଗ୍ରାମସଭା ଡକାଇ ଉଭୟଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ଗ୍ରାମ ଦେବତୀଙ୍କ ଆଗରେ ଉଭୟେ ଉଭୟଙ୍କୁ ବରଣ ମାଳା ଦେଇ ବିବାହ କରିଛନ୍ତି।
ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରେମିକ ଜଣକ ପ୍ରେମିକା ମଥାରେ ସିନ୍ଦୁର ଦେବା ସହିତ ହାତରେ ଚୁଡି ପିନ୍ଧାଇଥିଲେ । ସୂଚନା ଅନୁଯାୟୀ ୬ ମାସ ତଳେ ସନ୍ତୋଷିନୀ ଖେତୀଙ୍କ ସ୍ବାମୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କର ୨ ଟି ଶିଶୁ ସୋନପୁରରେ ଏକ ଆଶ୍ରମ ବିଦ୍ୟାଳୟରେ ରହି ପାଠ ମଧ୍ୟ ପଢୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ