ETV Bharat / state

କୋଭିଡ ନିୟମ ମାନୁନାହାନ୍ତି ଲୋକେ, ବୃଦ୍ଧି ପାଉଛି ସଂକ୍ରମଣ

author img

By

Published : May 13, 2021, 6:15 AM IST

ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ କୋରୋନା ରୋଗରେ 23 ଜଣଙ୍କ ମୃତ୍ୟୁ 1300ରୁ ଅଧିକ ଲୋକ କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇ ସାରିଛନ୍ତି । ଅଧିକ ପଢନ୍ତୁ...

କୋଭିଡ ନିୟମ ମାନୁ ନାହାନ୍ତି ଲୋକେ, ବୃଦ୍ଧି ପାଉଛି ସଂକ୍ରମଣ

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ କୋରୋନା ରୋଗରେ 23 ଜଣଙ୍କ ମୃତ୍ୟୁ 1300ରୁ ଅଧିକ ଲୋକ କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇ ସାରିଛନ୍ତି । ତେବେ ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତ୍ବ ରକ୍ଷା କରାଯାଉ ନଥିବାରୁ ସଂକ୍ରମଣ ବଢି ବଢି ଚାଲିଛି ।

ସେହିପରି ଜିଲ୍ଲାର ବ୍ୟବସାୟୀକ କେନ୍ଦ୍ର ତରଭା ସହରରେ ଅହେତୁକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି । ଦୈନିକ ବଜାରରେ ପ୍ରତିଦିନ ଶହ ଶହ ଗ୍ରାହକ ଓ ବ୍ୟବସାୟୀଙ୍କ ଭିଡ ରହୁଛି ।

ଗ୍ରାହକ ଅବା ବ୍ୟବସାୟୀ ସାମାଜିକ ଦୁରତ୍ବ ରକ୍ଷା କରିବା ଅବା ମାସ୍କ ପିନ୍ଧିବାକୁ ଭୂଲି ଯାଉଛନ୍ତି । ତେବେ ବାରମ୍ବାର ହାତ ଧୋଇବା, ମାସ୍କ ପରିଧାନ କରିବା ସାଂଗକୁ ସାମାଜିକ ଦୂରତ୍ବ ରକ୍ଷା ଆଦି ପାଇଁ ପ୍ରଶାସନିକ ସଚେତନତାର ଅଭାବ ଦେଖା ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ନୀରବ ରହୁଥିବାରୁ ସଂକ୍ରମଣ ବଢିବାରେ ଲାଗିଛି ।

ତେବେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀମାନେ ବଜାରରେ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ କୋଭିଡ ବ୍ୟବହାର ପ୍ରଦର୍ଶନ କରିବା ପାଇଁ କହୁଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଲୋକେ ମାନୁନାହାନ୍ତି । ତେବେ ପ୍ରଶାସନ ସଚେତନ ନହେଲେ ସଂକ୍ରମଣ ଭୟାବହ ହେବ ବୋଲି ସ୍ବେଚ୍ଛାସେବୀ ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.