ETV Bharat / state

ନାକେଦମ କରୁଛନ୍ତି 40 ଟିକିଆ ହାତୀ ପଲ, ଘଉଡ଼ାଇବାରେ ଅସଫଳ ବନବିଭାଗ - destroying crops

ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ । ଉଲୁଣ୍ଡା ରେଞ୍ଜ ସିଂହାସନ ଜଙ୍ଗଲରୁ ପ୍ରାୟ 40 ଟି ହାତୀପଲ ମହାନଦୀ ପାର ହୋଇ ପ୍ରାୟ 20 କିଲୋମିଟର ଦୂର ସାରଙ୍ଗପାଲିକୁ ପଶିଆସିଥିବା ଜଣାପଡିଛି ।

ଘଉଡ଼ାଇବାରେ ଅସଫଳ ବନବିଭାଗ
ଘଉଡ଼ାଇବାରେ ଅସଫଳ ବନବିଭାଗ
author img

By

Published : Dec 2, 2020, 2:24 PM IST

ସୁବର୍ଣ୍ଣପୁର: ପୁଣି ମାତିଲେ ହାତୀପଲ । ଗାଁରେ ପଶି ଧାନ ଫସଲ ଖାଇବା ସହ ଘରଦ୍ବାର ଭଙ୍ଗାରୁଜା କରୁଥିବା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ। ଲୋକେ ଭୟ ଆତଙ୍କରେ ରହୁଥିବା ବେଳେ ହାତୀ ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି। ଉଲୁଣ୍ଡା ରେଞ୍ଜ ସିଂହାସନ ଜଙ୍ଗଲରୁ ପ୍ରାୟ 40 ଟି ହାତୀପଲ ମହାନଦୀ ପାର ହୋଇ ପ୍ରାୟ 20 କିଲୋମିଟର ଦୂର ସାରଙ୍ଗପାଲିକୁ ପଶିଆସିଥିବା ଜଣାପଡିଛି ।

ହାତୀପଲକୁ ଘଉଡ଼ାଇବାରେ ଅସଫଳ ବନବିଭାଗ

ବାଙ୍କୀଘିର୍ଡି ଓ ସିନ୍ଦୁରପୁର ପଞ୍ଚାୟତର ଆଖିଦାଦାର , ସାରଙ୍ଗପାଲି ,ବଲାରଙ୍ଗା ,ଗଣେଷପୁର ,ମଣିଗାଁ ,ଚେରୁପାଲି ଆଦି ଗାଁରେ ବ୍ୟାପକ ଉତ୍ପାତ କରୁଛନ୍ତି। ଆଜିକୁ ପ୍ରାୟ 15 ଦିନ ହେଲା ଏହି ଅଞ୍ଚଳରେ ଏହି ହାତୀପଲ ଧାନ ଫସଲ ଖାଇଯିବା ସହିତ ବ୍ୟାପକ ପରିମାଣରେ ଧାନନଷ୍ଟ କରୁଛନ୍ତି। ଲୋକେ ବନବିଭାଗ କର୍ମଚାରୀଙ୍କ ସହ ମିଶି ହାତୀ ଘଉଡ଼ାଇବାରେ ଲାଗିଛନ୍ତି।

ହେଲେ ଜଙ୍ଗଲକୁ ଫେରିବାର ନାଁ ଧରୁନାହାନ୍ତି ହାତୀପଲ । ପ୍ରତିଦିନ ହାତୀପଲଙ୍କ ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ହାତୀ ବାସସ୍ଥାନ ସିଂହାସନ ଜଙ୍ଗଲରେ ଟ୍ରେଞ୍ଚ ଖୋଲିବା ସହିତ ହାତୀ ବାରଣ ବିଦ୍ୟୁତ ତାର ବାଡ଼ ଦେଲେ ହାତୀ ଉପଦ୍ରବ କମିବାର ସମ୍ଭାବନା ରହିଛି। ଚାଷୀମାନେ ହେଉଥିବା ଫସଲ କ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.