ETV Bharat / state

ସୁବର୍ଣ୍ଣପୁରରେ ହେଲମେଟ ଓ ମାସ୍କ ଚେକିଂ ଜୋରଦାର - mask checking

ସୁବର୍ଣ୍ଣପୁର ସହରରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତି ମାନଙ୍କ ପାଖରୁ ଦୁଇ ହଜ଼ାର ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଉଛି। କୋରୋନା ଦ୍ଵିତୀୟ ଲହର ଯୋଗୁଁ ଗାଡି ମୋଟର କାଗଜପତ୍ର ସହିତ ହେଲମେଟ ଓ ମାସ୍କ ଚେକିଂ ଜୋରଦାର କରାଯାଇଛି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ହେଲମେଟ ଓ ମାସ୍କ ଚେକିଂ ଜୋରଦାର

author img

By

Published : Apr 11, 2021, 6:52 AM IST

ସୁବର୍ଣ୍ଣପୁର: ସହରରେ ଜିଲ୍ଲା ପୋଲିସ ପକ୍ଷରୁ ଗାଡି ମୋଟର ଚେକିଂ କଡାକଡି କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀଙ୍କ ନିର୍ଦ୍ଦେଶରେ ସମସ୍ତ 6 ଗୋଟି ବ୍ଲକ ସଦର ମହକୁମାରେ ବି ଚେକିଂ ଚାଲିଛି।

କୋରୋନା ଦ୍ଵିତୀୟ ଲହର ଯୋଗୁଁ ଗାଡି ମୋଟର କାଗଜପତ୍ର ସହିତ ହେଲମେଟ ଓ ମାସ୍କ ଚେକିଂ ଜୋରଦାର କରାଯାଇଛି। ମାସ୍କ ପିନ୍ଧି ନଥିବା ବ୍ୟକ୍ତି ମାନଙ୍କ ପାଖରୁ ଦୁଇ ହଜ଼ାର ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଉଛି। ଶନିବାର ସଦର ମହକୁମାର ନଳିନୀ ଛକ ଓ ବ୍ଲକ ଛକରେ ଚେକିଂ କରାଯାଇଛି।

ତେବେ ପୋଲିସ ପକ୍ଷରୁ କୋରୋନା ସଂକ୍ରମଣ ପାଇଁ ମାସ୍କ ପରିଧାନ କରିବା ,ହାତ ଧୋଇବା ,45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି କୋରୋନା ଟୀକା ନେବା ଓ ଜରୁରୀ କାର୍ଯ୍ୟ ନ ହେଲେ ଘରେ ରହିବା ଆଦି ବିଷୟରେ ସଚେତନ କରୁଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.