ETV Bharat / state

ଉଲୁଣ୍ଡା ଅଞ୍ଚଳରେ ବଢୁଛି କାଠ ଚୋରି, ବନବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ - ବନବିଭାଗ

ସୁବର୍ଣ୍ଣପୁରର ଉଲୁଣ୍ଡା ଅଞ୍ଚଳରେ ବଢି ଚାଲିଛଇ କାଠ ଚୋରି । ତେବେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ବେଳେ ମାଫିଆଙ୍କ ସହିତ ସଲାସୁତୁରା କରି ପରୋକ୍ଷରେ ଏହି କାଠ ବ୍ୟବସାୟରେ ସାମିଲ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଉଲୁଣ୍ଡା ଅଞ୍ଚଳରେ ବଢୁଛି କାଠ ଚୋରି, ବନବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ

author img

By

Published : Nov 16, 2021, 1:11 PM IST

ସୁବର୍ଣ୍ଣପୁର: ଉଲୁଣ୍ଡା ଅଞ୍ଚଳରୁ ବ୍ୟାପକ ପରିମାଣର କାଠ ଚୋରି ହେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଏଥିପ୍ରତି ଦୃଷ୍ଟି ଦେଉନାହିଁ ବନ ବିଭାଗ । କାଠ ମାଫିଆଙ୍କ ସହିତ ସଲାସୁତୁରା କରି ବନ ବିଭାଗ କର୍ମଚାରୀମାନେ ପରୋକ୍ଷରେ ବେଆଇନ କାଠ ବ୍ୟବସାୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏଥପ୍ରତି ବିଭାଗ ଯତ୍ନବାନ ନ ହେଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛି ବିଜେପି ନେତା ବଳଦେବ ବେଦବାଗ ।

ଉଲୁଣ୍ଡା ଅଞ୍ଚଳରେ ବଢୁଛି କାଠ ଚୋରି, ବନବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ

ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ବ୍ୟାପକ ପରିମାଣରେ କାଠ ଚୋରି ହେଉଥିବା ବେଳେ ଦିନ ଦ୍ବିପ୍ରହରରେ କାଠ ବେପାର ଚାଲିଛି । ପୁରୁଣା ଜଙ୍ଗଲର ପୁନଃରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ନାଁରେ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ କରାଯାଉଛି । ହେଲେ କାଠ ମାଫିଆମାନେ ଜଙ୍ଗଲ କ୍ଷୟ କରି ଚାଲିଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମ୍ୟ କମିଟି ଗଠନଠାରୁ ଆରମ୍ଭ କରି ଟାକ୍ସ ଫୋର୍ସ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି । ହେଲେ ସବୁ କାଗଜ କଲମରେ ଚାଲିଥିବା ବେଳେ ଦିନକୁ ଦିନ ଜଙ୍ଗଲ ହ୍ରାସ ହେବାରେ ଲାଗିଛି ।

ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ବ୍ୟାପକ ପରିମାଣର କାଠ ଚୋରି ହୋଇ ବୀରମହାରାଜପୁର ଓ ସଦର ସୁବର୍ଣ୍ଣପୁର ସହରକୁ ଆସୁଛି । ସବୁ ଜାଣି ନ ଜାଣିଲା ପରି ଜଙ୍ଗଲ ବିଭାଗ ରହିଥିବା ଅଭିଯୋଗ ହେଉଛି । ତେବେ ମହାନଦୀ ପାର ହୋଇ ଦୈନିକ କାଠ ମାଫିଆ ମାନେ ସଦର ମହକୁମାକୁ କାଠ ଆଣୁଛନ୍ତି । ହେଲେ ବନ କର୍ମଚାରୀଙ୍କ ହାବୁଡ଼ରେ ପଡୁ ନାହାନ୍ତି କାଠ ମାଫିଆ । ଫଳରେ କାଠ ମାଫିଆଙ୍କ ସହିତ ସଲାସୁତୁରା କରି ବନ କର୍ମଚାରୀମାନେ ପରୋକ୍ଷ ଭାବେ ଏହି କାଠ ବେପାରରେ ସଂପୃକ୍ତ ଥିବା ଅଭିଯୋଗ ହେଉଛି ।

ଜଙ୍ଗଲରେ ଗଛ ଗୁଡିକ କାଟି କାଟି ଅନେକ ଦିନ ପର୍ଯ୍ୟନ୍ତ ମାଫିଆ ମାନେ ପକାଇ ରଖୁଛନ୍ତି । କଟା ଯାଇଥିବା କାଠ ପୁଣି ଆଣି ବଜାରରେ ବିକ୍ରି କରୁଛନ୍ତି । ତେବେ ବନ ବିଭାଗ ଏଥିପ୍ରତି ଯତ୍ନବାନ ନ ହେଲେ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.