ETV Bharat / state

ICRP ମହିଳା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ - ସୁବର୍ଣ୍ଣପୁର ICRP ମହିଳା ସଂଘ

ICRP ମହିଳା ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଜିଲ୍ଲା ସଭାନେତ୍ରୀ ମେନକା ଦାସଙ୍କ ନେତୃତ୍ବରେ ଶତାଧିକ ମହିଳା ଏହି ଆନ୍ଦୋଳନରେ ସାମିଲ । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

author img

By ETV Bharat Odisha Team

Published : Aug 22, 2023, 9:44 PM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଓଡିଶା ରାଜ୍ୟ ICRP ମହିଳା ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାନେତ୍ରୀ ମେନକା ଦାସଙ୍କ ନେତୃତ୍ବରେ ଶତାଧିକ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀ ମହିଳାମାନେ ସହରର ପଟାଭାଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।

ତେବେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାର, ସଂଘର ଦାବି ପୂରଣ କରିବା ପାଇଁ ନାରାବାଜି କରଥିଲେ । ICRP ଭାବେ କାର୍ଯ୍ୟ କରିଥିବା ମହିଳାମାନେ 2015 ମସିହାରେ ବାହାର ଜିଲ୍ଲାକୁ ଯାଇ ପ୍ରଶିକ୍ଷଣ ନେଇଥିଲେ । ତେବେ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ତାଲିମପ୍ରାପ୍ତ ମହିଳାମାନଙ୍କୁ ତାଙ୍କ ସେବାରୁ ନିବୃତ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ଜୀବିକା ମିଶନ ଅଧିନରେ ଏହି ମହିଳାମାନେ SHG ଗଠନ, CLF ଓ GPLF ଗଠନ ଓ ପରିଚାଳନା ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏବେ ପ୍ରତିଟି ପଞ୍ଚାୟତରେ ଜୀବିକା ମିଶନ କାର୍ଯ୍ୟକାରୀ ହେବା ପାଇଁ ସମସ୍ତ ICRPମାନେ କାର୍ଯ୍ୟ ହରାଇ ବସିଛନ୍ତି । ଯାହା ଫଳରେ ତାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ICRP ମହିଳା ସଙ୍ଘ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ନିଜ ପରିବାର ଓ ପିଲାଛୁଆଙ୍କୁ ଛାଡି ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ଏହି ମହିଳାମାନେ ବାହାର ଜିଲ୍ଲାରେ ତାଲିମ ଗ୍ରହଣ କରିଥିଲେ । ତାଲିମ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି 6 ମାସ ଅନ୍ତରରେ କେବେ ମାସେ ତ ଆଉ କେବେ ଦୁଇମାସ ପର୍ଯ୍ୟନ୍ତ କାର୍ଯ୍ୟ ଯୋଗାଇ ଦିଆଯାଉଥିଲା । ତେବେ ଯାହା ପାରିଶ୍ରମିକ ମିଳୁଥିଲା ସେଥିରେ ସେମାନେ ବେଶ ଖୁସିରେ ଚଳୁଥିବା କହିଛନ୍ତି । ବର୍ତ୍ତମାନ ପ୍ରତିଟି ପଞ୍ଚାୟତରେ ଜୀବିକା ମିଶନ ଜରିଆରେ ମହିଳାମାନଙ୍କୁ ସଂଗଠିତ କରିବା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ଏହି ତାଲିମପ୍ରାପ୍ତ ମହିଳାମାନଙ୍କୁ ସେହି ଯୋଜନା ଗୁଡିକ ଅଧିନରେ କାର୍ଯ୍ୟ ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ସେହିପରି ପଞ୍ଚାୟତ ଗୁଡିକରେ ସୋସିଆଲ ଅଡିଟର ପଦବୀ ସୃଷ୍ଟି କରି ICRPମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଦାବି କରିଛନ୍ତି । ଏହି ପ୍ରଶିକ୍ଷିତ ମହିଳାମାନଙ୍କୁ ବର୍ଷ ତମାମ କାର୍ଯ୍ୟ ଯୋଗାଇ ଦେବା ସହିତ ସିଧାସଳଖ କୃଷି ମିତ୍ର ଓ ପ୍ରାଣୀ ମିତ୍ର ଭାବେ ନିଯୁକ୍ତି ପ୍ରଦାନ କରିବା ଏବଂ ତାଲିମପ୍ରାପ୍ତ ICRPମାନଙ୍କୁ ଜୀବିକା ମିଶନ, ମିଶନ ଶକ୍ତି ଅଧିନରେ କାର୍ଯ୍ୟ ପ୍ରଦାନ କରିବା ସହିତ କମ୍ୟୁନିଟି କେଡର ମାନ୍ୟତା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ତାଲିମପ୍ରାପ୍ତ ମହିଳାମାନଙ୍କ ଦାବି ତୁରନ୍ତ ପୂରଣ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣିଥରେ ଆନ୍ଦୋଳନକୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.