ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଯୋଗଦେଲେ ମନୀଷା ବାନାର୍ଜୀ

author img

By

Published : Jul 16, 2019, 3:08 PM IST

ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ଜିଲ୍ଲାର ଯେମିତି କେହି ବି ଜଣେ  ମୌଳିକ ସୁବିଧାରୁ ବଞ୍ଚିତ ନ ହେବେ ସେଥିପାଇଁ ସେ କାମ କରିବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଶେଷରେ ଅନେକ ଦିନ ପରେ ଜଣେ ଭାରତୀୟ ପ୍ରଶାସନିକ ସେବାର ଅଫିସରଙ୍କୁ ଐତିହାସିକ ଜିଲ୍ଲା ସୁବର୍ଣ୍ଣପୁରର ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ବହୁଦିନ ପରେ ଜଣେ ଦକ୍ଷ ଓ ମହିଳା ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିବାରୁ ଜିଲ୍ଲାବାସୀ ବେଶ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାପାଳଙ୍କ ଠାରୁ ଅନେକ କିଛି ଆଶା ରଖିଛନ୍ତି ।

ଅନ୍ୟପଟେ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ଜିଲ୍ଲାର ଯେମିତି କେହି ବି ଜଣେ ମୌଳିକ ସୁବିଧାରୁ ବଞ୍ଚିତ ନ ହେବେ, ସେଥିପାଇଁ ସେ କାମ କରିବେ । ଏହାସହ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ଯେମିତି ଠିକ ସମୟରେ ଠିକ ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଖାଲି ଏତିକିରେ ସୀମିତ ରହିବ ନାହିଁ ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟ । ସହରକୁ ସ୍ବଚ୍ଛ ସୁନ୍ଦର କରିବା ସହ ପାଣି, ବିଜୁଳି ଓ ରାସ୍ତାର ଥିବା ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

bbb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.