ETV Bharat / state

ପ୍ରେମ ବିବାହ ପରେ ସ୍ତ୍ରୀକୁ ଛାଡି ସ୍ବାମୀ ଫେରାର

author img

By

Published : Jun 11, 2021, 10:43 PM IST

ପ୍ରେମ କରି ବିବାହ କରିଥିଲେ । କିନ୍ତୁ ବାହାଘରର ଦୁଇ ମାସ ପରେ ସ୍ତ୍ରୀକୁ ଛାଡିଦେଲା ସ୍ବାମୀ । ଅଧିକ ପଢନ୍ତୁ...

ବାହା ହେବା ପରେ ପ୍ରେମିକାକୁ ଛାଡି ପ୍ରେମିକ ଫେରାର

ସୁବର୍ଣ୍ଣପୁର: ପ୍ରେମ କରି ବିବାହ କରିଥିଲେ । କିନ୍ତୁ ବାହାଘରର ଦୁଇ ମାସ ପରେ ସ୍ତ୍ରୀକୁ ଛାଡିଦେଲା ସ୍ବାମୀ । ସ୍ବାମୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ପୀଡିତ ମହିଳା ।

ଅଭିଯୋଗ ଅନୁଯାୟୀ, ସୁବର୍ଣ୍ଣପୁର ସହରର ମାଲିପଡାର ଜ୍ଞାନ ରଞ୍ଜନ ମହାନ୍ତି ବେହେରାମାଲର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଗତ ମାର୍ଚ୍ଚ ମାସ ୯ ତାରିଖରେ ସମ୍ବଲପୁର ଜିଲ୍ଲା ବିବାହ ଅଧିକାରୀଙ୍କ ସାମ୍ନାରେ ବିବାହ କରିଥିଲେ ।

ବିବାହ ପରେ କିଛି ଦିନ ଦାମ୍ପତ୍ୟ ଜୀବନ ବିତାଇବା ପରେ ଘରୁ ଉଭୟେ ବଲାଙ୍ଗୀର ଅଭିମୁଖେ ଯାଇଥିଲେ । ସେଠାରେ ଜ୍ଞାନ ରଞ୍ଜନ ପିଡିତାଙ୍କୁ ଛାଡି କୁଆଡେ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ସେଠାରୁ ଫେରି ପିଡିତା ମହିଳା ଜ୍ଞାନଙ୍କ ଘରକୁ ଗଲାବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ସେଠାରୁ ଘଉଡାଇ ଦେଇଥିଲେ । ଏନେଇ ସେ ସୋନପୁର ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ହେଲେ ଆଜି ଯାଏଁ ପୋଲିସ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ପୋଲିସ ତୁରନ୍ତ ଜ୍ଞାନକୁ ଗିରଫ ନ କଲେ ଆତ୍ମହୂତି ଦେବାକୁ ପିଡିତା ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.