ETV Bharat / state

ଅସହାୟ ଜୀବନ ଜିଉଁଛନ୍ତି ଭାଗ୍ୟସେନୀ, ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

author img

By ETV Bharat Odisha Team

Published : Aug 31, 2023, 2:12 PM IST

ଶାଶୂଘର ନିର୍ଯାତନା ସହି ନ ପାରି ସୁବର୍ଣ୍ଣପୁରର ଭେଣ୍ଡିଂ ଜୋନରେ ଜୀବନ ବିତାଉଥିଲେ ଭାଗ୍ୟସେନୀ । ସ୍ବେଚ୍ଛାସେବୀ ସଂଗଠନ ଖବର ପାଇ ତାଙ୍କୁ ସଖି କେନ୍ଦ୍ରରେ ସ୍ଥାନାନ୍ତରିତ କରିଛି । ଅଧିକ ପଢନ୍ତୁ

human care foundation helped
human care foundation helped

human care foundation helped

ସୁବର୍ଣ୍ଣପୁର: ଅଭିଶପ୍ତ ଜୀବନ । ଭିନ୍ନକ୍ଷମ ହୋଇ ଜନ୍ମ ହେବା ଓ ନିଜର ସଂପର୍କୀୟ ପାଖରେ ଅଲୋଡା ହେଲେ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଭିନ୍ନକ୍ଷମ ମହିଳା ଭାଗ୍ୟସିନୀ ଦୀପର କଥା । ପିଲାଟି ବେଳରୁ ବାମ ହାତ ଅଚଳ । ବିବାହ ହେବା ପାଇଁ ରାଜି ହେଉ ନ ଥିବା ଭାଗ୍ୟସିନୀକୁ କିନ୍ତୁ ବାପା ମାଆ ବୋଝ ଭାବି ବାହା କରିଦେଲେ । କିଛି ସମୟ ଶାଶୁ ଘରେ ରହିବା ପରେ ଭାଗ୍ୟସିନୀ ଜଣେ ଝିଅର ଜନନୀ ହେବାର ସୌଭାଗ୍ୟ ପାଇଥିଲେ । ହେଲେ ସ୍ବାମୀ ଓ ଶାଶୂ ଘର ଅତ୍ୟାଚାର ଦିନକୁ ଦିନ ବଢି ଚାଲିବା ପରେ ସେ ଶାଶୂ ଘର ଛାଡି ଏଣେ ତେଣେ ଆଶ୍ରୟ ନେଇ ଆଜକୁ ଚାରି ମାସ ହେଲା ନିରାଶ୍ରୟର ଜୀବନ ଜିଉଁଛନ୍ତି ସେ ।

ଜିଲ୍ଲାର ବିନିକା ବ୍ଳକ ଅନ୍ତର୍ଗତ ଭଣ୍ଡାର ଗ୍ରାମ ପଞ୍ଚାୟତ ଚୁଲିମାଲ ଗାଁର ରାଣା ପ୍ରତାପ ଦୀପଙ୍କୁ ବିବାହ କରିଥିଲେ । ହେଲେ ସ୍ବାମୀ ଓ ଶାଶୁଘରର ନିର୍ଯାତନା ସହି ନ ପାରି ଘର ଛାଡି ଆସି ସୁବର୍ଣ୍ଣପୁରର ଭେଣ୍ଡିଂ ଜୋନରେ ଆସି ରହୁଛନ୍ତି । ଭାଗ୍ୟସିନୀ ସାତ ମାସର ଗର୍ଭବତୀ ଥିବା ବେଳେ ଗୋଟିଏ ହାତ ଅଚଳ । ଅନ୍ୟ ହାତରେ ଯାହା କିଛି କାମ କରି ଭିକ୍ଷା ବୃତ୍ତି କରନ୍ତି ସେଥିରେ ମାଆ ଝିଅ ଚଳନ୍ତି । ତେବେ ଏନେଇ ଖବର ପାଇ ସହରର ସ୍ବେଚ୍ଛାସେବୀ ସଂଗଠନ ତାଙ୍କ ପାଖରେ ପହଞ୍ଚିବା ସହିତ ସମସ୍ତ ଘଟଣା ବିଷୟରେ ପଚାରି ବୁଝିଥିଲେ ।

ଏନେଇ ସ୍ବେଚ୍ଛାସେବୀ ଇନ୍ଦୁମତି ପୁରୋହିତ ଓ ମନୋଜ ପଣ୍ଡା ସଖୀ କେନ୍ଦ୍ର ସହିତ ଯୋଗାଯୋଗ କରିଥିବା ବେଳେ ଭାଗ୍ୟସିନୀ ଓ ତାଙ୍କ ଝିଅକୁ ଏବେ ସଖି କେନ୍ଦ୍ରରେ ସ୍ଥାନାନ୍ତରିତ କରାଯାଇଛି । ସଖି କେନ୍ଦ୍ରରେ ଭାଗ୍ୟସିନୀକୁ କାଉନସେଲିଂ କରିବା ପରେ ସ୍ବେଚ୍ଛାସେବୀ ସଂଗଠନ ଓ ସଖି କେନ୍ଦ୍ର ପରିଚାଳକ ଭାଗ୍ୟସିନୀର ଭବିଷ୍ୟତ ଜୀବନ ପାଇଁ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ବୟସର ଅପରାହ୍ନରେ ଅସହାୟ ବୃଦ୍ଧା, ଅଳିଆକୁଣ୍ଡ ଭିତରେ ବିତୁଛି ଚନ୍ଦ୍ରମାଙ୍କ ଜୀବନ

ପ୍ରକାଶ ଥାଉକି, ସେହିପରି ସରକାରୀ ଯୋଜନାର ଅବହେଳାର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଚମ୍ପିକଟାସାହିର ଚନ୍ଦ୍ରମା । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାରୁ ସ୍ବଚ୍ଛ ଭାରତ ଅଭିଯାନରେ ନିର୍ମିତ ଅଳିଆକୁଣ୍ଡର ଚାରିପଟେ ବାଡ଼ ଦେଇ ଉପରେ ପଲିଥିନ ଢାଙ୍କି ଜୀବନ ବିତାଉଛନ୍ତି ଚନ୍ଦ୍ରମା । ନିଜର ବୋଲି କେହି ନାହାନ୍ତି ପଡୋଶୀ କିଛି ଖାଇବାକୁ ଦେଲେ ଖାଆନ୍ତି ନ ହେଲେ ଦିନ ଦିନ ଧରି ଭୋକ ଉପାସରେ ପଡି ରହୁଛନ୍ତି ବୃଦ୍ଧା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.