ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟ ପରିସରରେ ଥିବା ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟରୁ 70 ଲକ୍ଷ ଟଙ୍କା ଠକେଇ ମାମଲା । ବିଭିନ୍ନ ଏକାଉଣ୍ଟରୁ 20 ଲକ୍ଷ ଟଙ୍କା ଜବତ କଲା ପୋଲିସ । ଠକେଇର ପୂର୍ବ ଦିନ ଅନ୍ୟାନ୍ୟ ଆକାଉଣ୍ଟକୁ ଯାଇଥିବା ପ୍ରାୟ 50 ଲକ୍ଷ ଟଙ୍କା ଅପରାଧୀମାନେ ଉଠେଇ ନେଇଛନ୍ତି ।
ସୂଚନା ଅନୁଯାୟୀ ଗତ ଜୁନ 7 ତାରିଖରେ ବ୍ୟଙ୍କ ଆକାଉଣ୍ଟରୁ ଚୋରି ହୋଇଥିବା ବେଳେ ଅପରାଧୀମାନଙ୍କୁ ଧରିବାରେ ଏଯାଏଁ ସଫଳ ହୋଇନି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ତେବେ ଆନ୍ତଃ ରାଜ୍ୟ ସାଇବର ଠକ ଏଥିରେ ସାମିଲ ଥିବାରୁ ଜିଲ୍ଲା ପୋଲିସ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଅପରାଧୀମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ ।
ଇଟିଭି ଭାରତ, ସୁବର୍ଣ୍ଣପୁର