ETV Bharat / state

କେତେ ସ୍ବଚ୍ଛ ବାହ୍ୟ ମଳମୁକ୍ତ ସହର ସୁବର୍ଣ୍ଣପୁର, ଦେଖନ୍ତୁ ରିପୋର୍ଟ... - ଇଟିଭି ଭାରତ ସ୍ପେଶାଲ ଷ୍ଟୋରୀ

ସୁବର୍ଣ୍ଣପୁର ସହରରେ ସ୍ବଚ୍ଛତାକୁ ନେଇ ଉଠୁଛି ପ୍ରଶ୍ନ । ନାହିଁ ଗୋଷ୍ଠୀ ଶୌଚାଳୟ । ଅସୁବିଧାରେ ଯାତ୍ରୀ । ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ସହର ଟ୍ୟାଗ ଲାଇନ। ଅଧିକ ପଢନ୍ତୁ...

ବାହ୍ୟ ମଳମୁକ୍ତ ସହର
ବାହ୍ୟ ମଳମୁକ୍ତ ସହର
author img

By

Published : Feb 2, 2021, 5:09 PM IST

ସୁବର୍ଣ୍ଣପୁର: ଐତିହାସିକ ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର । ଶୈବ, ଶାକ୍ତ , ବୈଷ୍ଣବ, ନାଥ ଓ ମହିମା ଧର୍ମ ଏହି ମାଟିରେ ବେଶ ପୃଷ୍ଟ ପୋଷକତା ଲାଭ କରିଛି । ଆଉ ଏବେ ସହରଟି ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା ହୋଇ ନୂଆ କିର୍ତ୍ତୀ ସ୍ଥାପନ କରିଛି । ହେଲେ ଏହା କାଗଜ କଲମରେ ସୀମିତ ଥିବା ଦେଖାଦେଉଛି ।

କେତେ ସ୍ବଚ୍ଛ ବାହ୍ୟ ମଳମୁକ୍ତ ସହର ସୁବର୍ଣ୍ଣପୁର, ଦେଖନ୍ତୁ ରିପୋର୍ଟ...

ସହରକୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକ ଆସୁଛନ୍ତି। ହେଲେ ସେମାନେ ଦୈନନ୍ଦିନ ନିତ୍ୟକର୍ମ ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୌର ପରିଷଦ ପକ୍ଷରୁ ଆମ୍ବେଦକର ଛକରେ ତିଆରି ଏକମାତ୍ର ମାଗଣା ଗୋଷ୍ଠୀ ଶୌଚାଳୟ ଆଜି ପର୍ଯ୍ୟନ୍ତ ଠିକ ଭାବେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସେହିପରି ସହରର ବ୍ଲକ ଛକ, ସୁରେଶ୍ବରୀ ମନ୍ଦିର, ରାମେଶ୍ଵର ମନ୍ଦିର, ମଙ୍ଗଳବାର ବଜାର ଓ ଖମ୍ବେଶ୍ବରୀ ମନ୍ଦିର ଆଦି ସ୍ଥାନ ଗୁଡିକରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇ ପାରିନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ସହରରେ ଘରୋଇ ବ୍ୟବହାର ପାଇଁ ସ୍ଵଛତା ମିଶନ ଯୋଜନାରେ ପ୍ରାୟ ଛଅ ହଜାରରୁ ଅଧିକ ଶୌଚାଳୟ ତିଆରି କରାଯାଇଛି। ପୌର ପରିଷଦ ପକ୍ଷରୁ ହିତାଧିକାରୀ ମାନଙ୍କୁ ଶୌଚାଳୟ ତିଆରି ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି ଅବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହିତାଧିକାରୀଙ୍କ ପାଇଁ ଶୌଚାଳୟ ତିଆରି କରାଯାଇଛି। ହେଲେ ଉତ୍କୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରାଯାଉ ନ ଥିବାରୁ ଓ ଅଳ୍ପ ମୂଲ୍ୟରେ ଶୌଚାଳୟ ତିଆରି କରାଯାଉ ଥିବାରୁ ସେସବୁ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ ।

ଫଳରେ ସହରର ସ୍ବଚ୍ଛତା ଏଥିପାଇଁ ପ୍ରଭାବିତ ହେବା ସହ ଏହା କେବଳ ପ୍ରହସନରେ ପରିଣତ ହୋଇଛି । ଗୋଟିଏ ପଟେ ବାହ୍ୟ ମଳମୁକ୍ତ ସହରର ଟ୍ୟାଗ ଲାଇନ ଓ ଅନ୍ୟପଟେ ପ୍ରକୃତ ଚିତ୍ର ଭିନ୍ନ ଭିନ୍ନ ତଥ୍ୟ ବୟାନ କରୁଛି । ଯାହା ସହର କେତେ ସ୍ବଚ୍ଛ ତାହା ଦର୍ଶାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.