ETV Bharat / state

Hockey World Cup Tour: ସୁବର୍ଣ୍ଣପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ୱାଗତ - ହକି ବିଶ୍ବକପ ଟୁର

ହକି ବିଶ୍ବକପ ସାରା ଓଡିଶାରେ ପରିଭ୍ରମଣ କରୁଥିବା ବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଥିଲା । ଏହାକୁ ସ୍ବାଗତ କରାଯିବା ସହିତ ଏକ ବିରାଟ ଶୋଭାଯାତ୍ରାରେ ବିଶ୍ବକପ୍‌କୁ ସହର ପରିକ୍ରମା କରାଯାଇଥିଲା । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ପହଁଞ୍ଚିଲା ହକି ବିଶ୍ବକପ ଟ୍ରଫି

author img

By

Published : Jan 3, 2023, 9:58 PM IST

Hockey World Cup Tour : ସୁବର୍ଣ୍ଣପୁରରେ ହକି ବିଶ୍ବକପ ଟ୍ରଫିକୁ ବିପୁଳ ସ୍ବାଗତ

ସୁବର୍ଣ୍ଣପୁର : ହକି ବିଶ୍ବକପ ଟୁର ଆଜି ( ମଙ୍ଗଳବାର ) ସୁବର୍ଣ୍ଣପୁର ଜିଲ୍ଲାରେ ପହଁଞ୍ଚିଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଗୁଡିକ ପକ୍ଷରୁ ଏକ ବିରାଟ ଓ ଶୋଭାଯାତ୍ରାରେ ବିଶ୍ବକପକୁ ସ୍ବାଗତ କରାଯାଇଥିଲା । ପରେ ହକି ବିଶ୍ବକପ ଟ୍ରଫି ସହର ପରିକ୍ରମା କରିଥିଲା । ଜନସାଧାରଣ ଉତ୍ସାହର ସହିତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ହକି ବିଶ୍ବକପ ସାରା ଓଡିଶାରେ ପରିଭ୍ରମଣ କରୁଥିବା ବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଥିଲା । ପରେ ଏକ ବିରାଟ ଶୋଭାଯାତ୍ରାରେ ବିଶ୍ବକପ୍‌କୁ ସହର ପରିକ୍ରମା କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବ୍ୟାଣ୍ଡ ବାଜା ବଜାଇ ବିଶ୍ବକପକୁ ସ୍ବାଗତ କରିଥିଲେ । ସହର ପରିକ୍ରମା ସମୟରେ ଜିଲ୍ଲା ସମସ୍ତ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ ହୋଇଥିଲା । ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ସବୁ ବର୍ଗର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଲୋକନୃତ୍ୟରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ଖେଳ ଅନୁଷ୍ଠାନ ସମେତ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏହି ବିଶ୍ବକପ ଟ୍ରଫି ପରିକ୍ରମାରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.