ETV Bharat / state

କୋରୋନା ପ୍ରଭାବରେ ଫିକା ଐତିହାସିକ ଲଙ୍କାପୋଡି ପର୍ବ - ଐତିହାସିକ ଲଙ୍କାପୋଡି ପର୍ବ

କୋରୋନା ପ୍ରଭାବ ସତ୍ତ୍ବେ ସହରରେ ପାଳିତ ହୋଇଛି ଐତିହାସିକ ଲଙ୍କାପୋଡି ପର୍ବ। ସହରର କୁନି କୁନି ପିଲାମାନେ ପରମ୍ପରାକୁ ରକ୍ଷା କରିବାକୁ ଯାଇ ହନୁମାନର ଲାଙ୍ଗୁଡ଼ରେ ନିଆଁ ଲଗାଇ ଏହି ପର୍ବକୁ ପାଳନ କରିଛନ୍ତି ।

lankapodi festival, subarnapur latest news, lankapodi festival of subarnapur, historical lankapodi festival, lankapodi festival amid lockdown, ଲଙ୍କାପୋଡି ଉତ୍ସବ, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରର ଲଙ୍କାପୋଡି ପର୍ବ, ଐତିହାସିକ ଲଙ୍କାପୋଡି ପର୍ବ, କୋରୋନାରେ ଲଙ୍କାପୋଡି ପର୍ବ
କୋରୋନା ପ୍ରଭାବରେ ଫିକା ଐତିହାସିକ ଲଙ୍କାପୋଡି ପର୍ବ
author img

By

Published : Aug 20, 2020, 2:01 PM IST

ସୁବର୍ଣ୍ଣପୁର: କୋରୋନା ପ୍ରଭାବ ସତ୍ତ୍ବେ ସହରରେ ପାଳିତ ହୋଇଛି ଐତିହାସିକ ଲଙ୍କାପୋଡି ପର୍ବ। ସହରର କୁନି କୁନି ପିଲାମାନେ ପରମ୍ପରାକୁ ରକ୍ଷା କରିବାକୁ ଯାଇ ହନୁମାନର ଲାଙ୍ଗୁଡ଼ରେ ନିଆଁ ଲଗାଇ ଏହି ପର୍ବକୁ ପାଳନ କରିଛନ୍ତି । ପଶ୍ଚିମ ଲଙ୍କା ଭାବେ ପରିଚିତ ଏହି ସହରରେ ହିଁ କେବଳ ଏହି ନିଆରା ପର୍ବ ପାଳନ କରାଯାଏ। ହାତରେ ତିଆରି ବିକୃତ ମୁଖା ହନୁମାନ ଏହି ପର୍ବରେ ବ୍ୟବହାର କରାଯାଏ । ଯାହା ଅନ୍ୟ କୌଣସି ଯାଗାରେ ଦେଖିବାକୁ ମିଳେ ନାହିଁ ।

କୋରୋନା ପ୍ରଭାବରେ ଫିକା ଐତିହାସିକ ଲଙ୍କାପୋଡି ପର୍ବ

ପ୍ରତିବର୍ଷ କୁନି କୁନି ପୁଅ ପିଲାମାନେ ଟେରାକୋଟାରେ ତିଆରି ହନୁମାନ କିଣି ତାକୁ ସଜେଇବା ପରେ ପୂଜା କରିଥାନ୍ତି । ସନ୍ଧ୍ୟାରେ ବଡ ଲୋକେ ହନୁମାନ ଲାଙ୍ଗୁଡ଼ରେ କିରାସିନି ଢାଳୁଥିବା ବେଳେ ପିଲାମାନେ ରାଜ ରାସ୍ତାରେ ହନୁମାନ ଟାଣିଥାନ୍ତି । ଅମାବାସ୍ୟାର ଅନ୍ଧକାର ଭିତରେ ଶହ ଶହ ହନୁମାନ ଲାଙ୍ଗୁଡ଼ର ନିଆଁ ସାରା ସହରକୁ ଆଲୋକିତ କରିଥାଏ । ହେଲେ କୋରୋନା କଟକଣା ପାଇଁ ଏଥର ପିଲାମାନଙ୍କ ଭିତରେ ସେତେଟା ଉତ୍ସାହ ନଥିଲା । କାଁ ଭାଁ ପିଲାମାନେ ଘରୁ ହନୁମାନକୁ ବାହାର କରି ଏହି ପର୍ବକୁ ପାଳନ କରିଥିଲେ ।

ପ୍ରତିବର୍ଷ ପରି ଏଥର ଆଉ ହନୁମାନ ପ୍ରତିଯୋଗିତାର ଆୟୋଜନ କରାଯାଇ ନଥିଲା । କୋରୋନା କଟକଣା ଯୋଗୁଁ ଏଥର ପ୍ରତିଯୋଗିତା କରାଯାଇ ପାରି ନ ଥିବା ବେଳେ ଆର ବର୍ଷକୁ ବେଶ ଯାକ ଜମକରେ ଏହି ପର୍ବ ପାଳନ କରିବେ ବୋଲି ଆୟୋଜକ ମଣ୍ଡଳୀର ସଭାପତି ଆଶା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.