ETV Bharat / state

ମହାଳୟାରୁ ସୁବର୍ଣ୍ଣପୁରରେ ଆରମ୍ଭ ହେବ ମହାବଳି ଯାତ୍ରା, ୧୬ ଦିନରେ ୧୫ ବଳି - ଐତିହାସୀକ ମହାବଳୀ ଯାତ୍ରା

ଆଶ୍ବିନ ମହାଳୟା ଠାରୁ ସୋନପୁର ଗଡଜାତରେ ଆରମ୍ଭ ହେବ ଐତିହାସିକ ମହାବଳି ଯାତ୍ରା । ତେବେ କୋରୋନା କଟକଣାକୁ ଆଖି ଆଗରେ ରଖି ଆବଶ୍ୟକ ପୂଜାବିଧିରେ ବଳି କାର୍ଯ୍ୟ ସଂପାଦନ କରିବା ପାଇଁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା କଟକଣା ଭିତରେ ଐତିହାସିକ ମହାବଳୀ ଯାତ୍ରା

author img

By

Published : Oct 4, 2021, 12:52 PM IST

ସୁବର୍ଣ୍ଣପୁର: ଆଶ୍ବିନ ମହାଳୟା ଠାରୁ ସୋନପୁର ଗଡଜାତରେ ଆରମ୍ଭ ହେବ ଐତିହାସିକ ମହାବଳି ଯାତ୍ରା । ମହାଳୟାର ନିଶାର୍ଦ୍ଧରେ ପାଳିତ ହେବ ଉଆଁସ ବଳୀ ଓ ବୁଢାରଜା ବଳି ପର୍ବ । ଆଉ ଏଥିପାଇଁ ଦେବୋତ୍ତର ବିଭାଗ ଓ ଯାତ୍ରା କମିଟିର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ କଟକଣା ଭିତରେ 16 ଦିନ ଧରି 15 ଗୋଟି ବଳି ପର୍ବ ସଂପାଦନ କରାଯିବ । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ପୋଲିସ ବିଭାଗ ,ଅଗ୍ନିଶମ ବିଭାଗ ,ବିଦ୍ୟୁତ ବିଭାଗ ,ସହରାଞ୍ଚଳ ଜଳ ଯୋଗାଣ ବିଭାଗ ତଥା ପୌର ପରିଷଦକୁ ଆବଶ୍ୟକ ସେବା ଯୋଗାଇ ଦେବା ପାଇଁ ଅନୁରୋଧ କରିଛି ଦେବୋତ୍ତର ବିଭାଗ।

କୋରୋନା କଟକଣା ଭିତରେ ଐତିହାସିକ ମହାବଳୀ ଯାତ୍ରା

ସେହିପରି ଏହି ବଳି ପର୍ବରେ ପୁରୋହିତଙ୍କ ଠାରୁ ଆରମ୍ଭ କରି ବାଦ୍ୟକାର ଯାଏଁ ନିୟୋଜିତ ହେଉଥିବା 36ଟି ସଂପ୍ରଦାୟର ସେବାୟତମାନଙ୍କୁ ବଳି ପର୍ବର କାର୍ଯ୍ୟ ନିର୍ଘଣ୍ଟ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି । ବିଶେଷକରି ବଳି ପର୍ବରେ କେନ୍ଦ୍ରବିନ୍ଦୁ ପାଲଟିଥିବା ଦେବୀ ମା ସୁରେଶ୍ବରୀ ମନ୍ଦିର ,ଖମ୍ବେଶ୍ବରୀ ମନ୍ଦିର ଓ ଦେବୀ ମା ସମଲେଇ ମନ୍ଦିରର ସେବାୟତ ମାନଙ୍କୁ ଯଥାବିଧି ବଳି କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବା ପାଇଁ ଦେବୋତ୍ତର ବିଭାଗ ଅନୁରୋଧ କରିଛି । ତେବେ କୋରୋନା କଟକଣାକୁ ଆଖି ଆଗରେ ରଖି ଆବଶ୍ୟକ ପୂଜାବିଧିରେ ବଳି କାର୍ଯ୍ୟ ସଂପାଦନ କରିବା ପାଇଁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ସେବାୟତମାନଙ୍କୁ କୋଭିଡ ନିୟମ ପାଳନ କରିବା ସହିତ ଶ୍ରଦ୍ଧାଳୁଙ୍କ ଫୁଲ , ଧୂପ ଦୀପ ତଥା ନୈବେଦ୍ୟକୁ ବାରଣ କରିବା ପାଇଁ କୁହାଯାଇଛି । ସେବାୟତମାନେ ବି ଶ୍ରଦ୍ଧାଳୁଙ୍କୁ ପୂର୍ବ ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣାକୁ ପାଳନ କରିବା ପାଇଁ ପୋଲିସ ବିଭାଗ ଯତ୍ନବାନ ହେବାକୁ ଦେବୋତ୍ତର ବିଭାଗ ଅନୁରୋଧ କରିଛି ।

ଆଶ୍ବିନ ମାସରେ ଅନେକ ଶକ୍ତିପୀଠରେ ବଳିଯାତ୍ରା ପାଳନ କରାଯାଏ । ତେବେ ଅନ୍ୟତ୍ର ଛାଗ ବା ମହିଷ ହତ୍ୟା କରାଯାଉଥିବା ବେଳେ ଏଠାରେ ବଳି କହିଲେ ବରୁଆ ବା ଶ୍ରଦ୍ଧାଳୁଙ୍କ ସମର୍ପଣ ଭାବକୁ ବୁଝାଇଥାଏ । ତେବେ ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଏହି ବଳିଯାତ୍ରା ପାଳନ କରାଯାଉଥିବାରୁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁମାନେ ଛୁଟି ଆସନ୍ତି ଗଡଜାତର ଏହି ବଳୀଯାତ୍ରାକୁ । କିନ୍ତୁ କୋଭିଡ ପାଇଁ ସବୁଠୁ ଆକର୍ଷଣୀୟ ଏହି ଯାତ୍ରା ଏଥର ଫିକା ପଡିବ ବୋଲି ଅନୁମାନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.