ETV Bharat / state

ସୁବର୍ଣ୍ଣପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ଜିଲ୍ଲା ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି । ଏନେଇ ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।

author img

By

Published : Aug 11, 2019, 2:56 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା ସଦର ମହକୁମାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ଦାବି ହୋଇଛି । ଏପରିକି ଏହି ଦାବିକୁ ବୀରମହାରାଜପୁର ବିଧାୟକ ତଥା ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥନ କରୁଥିବା ଓକିଲ ସଂଘ କହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲା ଓକିଲ ସଂଘ ସଭାପତି ସର୍ବେଶ୍ବର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଓକିଲ ସଂଘ ପକ୍ଷରୁ ସଦର ମହକୁମାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ପଶ୍ଚିମ ଓଡିଶାର ମଧ୍ୟ ଭାଗରେ ସୁବର୍ଣ୍ଣପୁର ସହର ଥିବାରୁ ପଡୋଶୀ ଜିଲ୍ଲାମାନେ ହଇରାଣ ହେବେ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ମନ୍ତ୍ରୀ ଦ୍ବୟଙ୍କୁ ରାଜ୍ୟ ସରକାରଙ୍କ ପାଖରେ ଜିଲ୍ଲା ଓକିଲ ସଂଘର ଏହି ଏକମାତ୍ର ଦାବୀକୁ ଉପସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଛି ।

ଏବେ ବି ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ରାଜ୍ୟ ସରକାରଙ୍କ ଘୋଷଣା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ ହେବ ବୋଲି ସୂଚନା ମିଳିଛି ।

ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ବୀରମହାରାଜପୁର, ରାମପୁର, ବିନିକା, ତରଭା ଓ ଡୁଙ୍ଗୁରିପାଲି ଓକିଲ ସଂଘର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ଦାବୀ ହୋଇଛି ।ଏହି ଦାବୀକୁ ବୀରମହାରାଜପୁର ବିଧାୟକ ତଥା ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ସମର୍ଥନ କରିଥିବା ବେଳେ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ ଓକିଲ ସଂଘର ନିଷ୍ପତ୍ତି ସହିତ ଏକମତ ବୋଲି କହିଛନ୍ତି ।ଆଜି ଜିଲ୍ଲା ଓକିଲ ସଂଘ ପରିସରରେ ଜିଲ୍ଲାର ବିଧାୟକ ଦ୍ବୟ ତଥା ମନ୍ତ୍ରୀମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।ଜିଲ୍ଲା ଓକିଲ ସଂଘ ସଭାପତି ସର୍ବେଶ୍ବର ପୁରୋହିତଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଓକିଲ ସଂଘ ପକ୍ଷରୁ ସଦର ମହକୁମାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା ।ପଶ୍ଚିମ ଓଡିଶାର ମଧ୍ୟ ଭାଗରେ ସୁବର୍ଣ୍ଣପୁର ସହର ଥିବାରୁ ପଡୋଶୀ ଜିଲ୍ଲାମାନଙ୍କର ଜନସାଧାରଣ ହଇରାଣର ସମ୍ମୁଖୀନ ହେବେ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା ।Body:।ମନ୍ତ୍ରୀ ଦ୍ବୟଙ୍କୁ ରାଜ୍ୟ ସରକାରଙ୍କ ପାଖରେ ଜିଲ୍ଲା ଓକିଲ ସଂଘର ଏହି ଏକମାତ୍ର ଦାବୀକୁ ଉପସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଥିଲା ।ଏବେ ବି ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ ସରକାର ଘୋଷଣା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯିବ ବୋଲି ମନ୍ତ୍ରୀମାନଙ୍କୁ ସୂଚନା ଦିଆଯାଇଥିଲା ।ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ବୀରମହାରାଜପୁର ,ରାମପୁର ,ବିନିକା ,ତରଭା ଓ ଡୁ୍ଂଗୁରିପାଲି ଓକିଲ ସଂଘର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.