ETV Bharat / state

ଲଘୁଚାପ ବର୍ଷାରେ ବେହାଲ ସୁବର୍ଣ୍ଣପୁର - ବର୍ଷାରେ ବେହାଲ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ 162 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଖଇରମାଳଠାରେ ମହାନଦୀର ଜଳପତ୍ତନ 104 ମିଟର ରହିଛି ।

Heavy rain in subarnapur due to low pressure
ଲଘୁଚାପ ବର୍ଷାରେ ବେହାଲ ସୁବର୍ଣ୍ଣପୁର
author img

By

Published : Aug 27, 2020, 8:42 PM IST

ସୁବର୍ଣ୍ଣପୁର: ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର । ଗତ ତିନି ଦିନ ଧରି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ ଜିଲ୍ଲାରେ ସର୍ବାଧିକ 162 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ମହାନଦୀ ଓ ତେଲନଦୀ ଜଳ ପତ୍ତନ ବଢୁଥିଲେ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାର ଖବର ଜିଲ୍ଲାବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ଥିକର ହୋଇଛି । ଖଇରମାଳଠାରେ ମହାନଦୀର ଜଳପତ୍ତନ 104 ମିଟର ରହିଛି ।

ଲଘୁଚାପ ବର୍ଷାରେ ବେହାଲ ସୁବର୍ଣ୍ଣପୁର

ତେବେ ଜିଲ୍ଲାର ପିତାମହୁଲ ଗ୍ରାମ ପଞ୍ଚାୟତର ବୁରୋମାଲ ଗାଁ ଦାଣ୍ଡ ଉପରେ ପାଣି ଚାଲୁଥିବାବେଳେ ଅନେକ ମାଟିଘର ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଘର ଭିତରେ ପାଣି ପଶି ଆସବାବପତ୍ର ସବୁ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକେ ଏବେ ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି ।

କେବଳ ଗାଁ ନୁହେଁ ସହରରେ ମଧ୍ୟ ଅବସ୍ଥା ଶୋଚନୀୟ । ବର୍ଷା ସହ ପବନ ହୋଇଥିବାରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି । ସଠିକ ନିଷ୍କାସନ ହେଉନଥିବାରୁ ଅନେକ ଘରେ ବର୍ଷା ପାଣି ପଶିଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସଦର ପୌରାଞ୍ଚଳର ପ୍ରେସ କଲୋନୀ ପଟାଭାଡି, ମିଲ୍‌କଲୋନି, ବଡବଜାର, ଗୁଣ୍ଡିଚା ମନ୍ଦିର ଆଦି ଅଞ୍ଚଳ ଜଳମଗ୍ନ ହୋଇଛି ।

ଜଳ ନିଷ୍କାସିତ ହୋଇ ପାରୁ ନଥିବାରୁ ସହରରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ସହରର ଜାତୀୟ ରାଜପଥ ଉପରେ ୨ ଫୁଟ ବର୍ଷାଜଳ ପ୍ରବାହିତ ହେଉଛି । ତେବେ ପୌର ପରିଷଦ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉନଥିବା ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.