ETV Bharat / state

ତତଲା କଡେଇରେ ଭାଜି ହେଉଛି ସୁବର୍ଣ୍ଣପୁର

ରାଜ୍ୟବାସୀ ଡହଡହ ତାତିରେ ଛଟପଟ ହେଉଥିବା ବେଳେ ସୁବର୍ଣ୍ଣପୁରରେ ମଧ୍ୟ ପାରଦ ଉପରମୁହାଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ପାନୀୟ ଜଳର ଉତ୍କଟ ଅଭାବ ବୋଝ ଉପରେ ନଳୀତା ବିଡା ସଦୃଶ ହୋଇଛି । ସେପଟେ ଆହୁରି ଦୁଇରୁ ତିନି ଦିନ ଗରମ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

author img

By

Published : Apr 28, 2019, 8:59 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜଳୁଛି ସମଗ୍ର ରାଜ୍ୟ । ଆକାଶରୁ ବର୍ଷୁଛି ନିଆଁ ଝୁଲ। ରାଜ୍ୟବାସୀ ଡହଡହ ତାତିରେ ଛଟପଟ ହେଉଥିବା ବେଳେ ସୁବର୍ଣ୍ଣପୁରରେ ମଧ୍ୟ ପାରଦ ଉପରମୁହାଁ । ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେଣୁ କହିବାକୁ ଗଲେ ଏକ ପ୍ରକାର ତତଲା କଡେଇରେ ଭାଜି ହେଉଛି ସୁବର୍ଣ୍ଣପୁର ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସୁବର୍ଣ୍ଣପୁର

ଗତ ତିନି ଦିନ ହେଲା ଏଠାରେ ଦିନବେଳା ତାପମାତ୍ରା 43 ଡିଗ୍ରୀ ଉପରକୁ ଯାଉଥିବା ବେଳେ ରାତିରେ ତାପମାତ୍ରା 24 ଡିଗ୍ରୀ ତଳକୁ ଖସୁନାହିଁ । ତେଣୁ ସକାଳ 10ଟାରୁ 5ଟା ଯାଏଁ ଲୋକେ ତାଟି କବାଟ ଦେଇ ଘରେ ବସି ରହୁଛନ୍ତି। ଏହାଛଡା ଲୋକେ ଦୋକାନ ବଜାର ମଧ୍ୟ ବନ୍ଦ କରି ଘରେ ରହୁଛନ୍ତି ।

ଏପରିକି କାମରେ ବାହାରୁ ଥିବା ଲୋକେ ବାଧ୍ୟ ହୋଇ ମୁଣ୍ଡରେ ପାଣି ଗାମୁଛା, ଛତା, ଚଷମା ଓ ଟୋପି ଆଦି ବ୍ୟବହାର କରୁଛନ୍ତି । ତେଣୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ପାନୀୟ ଜଳର ଉତ୍କଟ ଅଭାବ ଯେମିତି ବୋଝ ଉପରେ ନଳୀତା ବିଡା ସଦୃଶ ହୋଇଛି । ସେପଟେ ଆହୁରି ଦୁଇରୁ ତିନି ଦିନ ଗରମ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଅଂଶୁଘାତର ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ ସୁବର୍ଣ୍ଣପୁରବାସୀ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.